fbpx
BJD SKY
BJD SKY

WB Police Vacancy 2024: ୧୦ ହଜାରରୁ ଉର୍ଦ୍ଧ୍ୱ ପୋଷ୍ଟ ପାଇଁ ପଦବୀ ଖାଲି, ମାର୍ଚ୍ଚ ୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

BJD

ଓଡ଼ିଶା ଭାସ୍କର: ପୋଲିସ ଚାକିରି ପାଇଁ ଇଚ୍ଛୁୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ପଶ୍ଚିମବଙ୍ଗ ପୋଲିସ recruitment board ବିଭାଗରେ କନଷ୍ଟେବଲ ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ prb.wb.gov.in ରେ ଯାଇ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତି ସହ ଜଡ଼ିତ କିଛି ଜରୁରୀ ଡିଟେଲ୍ସ ବିଷୟରେ ।

ପଶ୍ଚିମବଙ୍ଗ ପୋଲିସ recruitment board ତରଫରୁ ରାଜ୍ୟରେ ୧୦ ହଜାର ୨୫୫ କନଷ୍ଟେବଲ ପଦବୀ ପାଇଁ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ଉକ୍ତ ନୋଟିଫିକେସନ୍ ଅନୁଯାୟୀ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ସମସ୍ତ ବର୍ଗର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୧୭୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ଏସସି/ଏସଟି ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୨୦ ଟଙ୍କା ରହିଛି ।

ଶିକ୍ଷାଗତ ଯୋଗ୍ୟତା: ଏହି ପରୀକ୍ଷାରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ସମାନ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଏହା ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ଶାରୀରିକ ମାପ ପରୀକ୍ଷା(PMT) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା(PET) ସହ ସାକ୍ଷାତକାର ରହିଛି ।

ତେବେ ଆବେଦନ କରିବା ସମୟରେ କୌଣସି ଅସୁବିଧା ପାଇଁ ସୋମବାରରୁ ଶୁକ୍ରବାର ଅଫିସିଆଲ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ଏବଂ ଶନିବାର ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୭୦୪୪୧୦୮୬୮୯ ଏବଂ ୭୦୪୪୧୦୯୩୪୬ ନମ୍ବରରେ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ଇ-ମେଲ [email protected] ରେ ସମ୍ପର୍କ କରିପାରିବେ ।

Get real time updates directly on you device, subscribe now.