fbpx

ମଇଳା ପୋଷାକ ପିନ୍ଧିବା Dementiaର ହୋଇପାରେ ପ୍ରାରମ୍ଭିକ ଲକ୍ଷଣ! ଏହି ଦେଶର ରିସର୍ଚ୍ଚରୁ ଖୁଲାସା

ମେମୋରୀ ଲସ୍ ବା ସ୍ମୃତି ଶକ୍ତି ହରାଇବାକୁ ଅଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଏ । ତେବେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜିଂ (ଏନଆଇଏ) ଅଲଜାଇମର ରୋଗର ସାମାନ୍ୟ ଲକ୍ଷଣ ବିଷୟରେ ଜଣାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅନ୍ ଏଜିଂ ଏହାର ଲକ୍ଷଣ ମଧ୍ୟରେ ସ୍ନାନ କରିବା ଏବଂ ମଇଳା ପୋଷାକ ପିନ୍ଧିବାରେ ଅସୁବିଧା ସହିତ ସ୍ୱଚ୍ଛତା ପରିବର୍ତ୍ତନ ମଧ୍ୟ ସାମିଲ କରିଛି । ଏହି ଆମେରିକୀୟ ଅନୁଷ୍ଠାନ ଏହି ତାଲିକାରେ ଭୁଲ୍ ନିଷ୍ପତ୍ତି,ଭ୍ରମିତ ହେବା ଏବଂ ମନୋବଳ ପରିବର୍ତ୍ତନ ଭଳି ସମସ୍ତ ବ୍ୟକ୍ତିତ୍ୱ ଏବଂ ଆଚରଣ ପରିବର୍ତ୍ତନକୁ ସାମିଲ କରିଛି ।

କ’ଣ କହୁଛି ଅଧ୍ୟୟନ ?
୨୦୧୮ ର ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, Dementia ରୋଗୀମାନେ ଜାଣିପାରିବେ ନାହିଁ ଯେ ସେମାନଙ୍କ ପୋଷାକ ଅପରିଷ୍କାର ଅଛି । ସେମାନେ ଖାଦ୍ୟ କାରଣରୁ ଲାଗିଥିବା ଦାଗ ଏବଂ ମଇଳା ପୋଷାକକୁ ଦେଖିପାରିବେ । କିନ୍ତୁ ଅଗ୍ନୋସିଆ କାରଣରୁ ସେଗୁଡ଼ିକୁ ଚିହ୍ନିବା କଷ୍ଟକର ହୋଇଯାଏ, ଯେଉଁଥିପାଇଁ ସେମାନେ ମଇଳା ପୋଷାକ ପିନ୍ଧିଛନ୍ତି ବୋଲି ଜାଣିପାରନ୍ତି ନାହିଁ- ଯାହାକୁ ପରିବର୍ତ୍ତନ କରିବା ଆବଶ୍ୟକ ।

ଆମେରିକୀୟ ଇନଷ୍ଟିଚ୍ୟୁଟ୍ ଦ୍ୱାରା ତାଲିକାଭୁକ୍ତ ଲକ୍ଷଣଗୁଡ଼ିକ କ’ଣ?

-ଶୀଘ୍ର ବିରକ୍ତ, ଚିନ୍ତିତ ଏବଂ ରାଗିଯିବା ।
– ଦୁଃଖୀ କିମ୍ବା ଜିନିଷ ପ୍ରତି ଅସନ୍ତୋଷ ଭାବନା ।
-ଜିନିଷ ଲୁଚାଇବା ।
-ଘରୁ ପଳାଇବା ।
-ଜିନିଷଗୁଡ଼ିକୁ ଭୁଲ୍ ଉପାୟରେ ବୁଝିବା ।

ଇନଷ୍ଟିଚ୍ୟୁଟ୍ ଅନୁଯାୟୀ ଆପଣ ଏହା ମଧ୍ୟ ଦେଖି ପାରନ୍ତି କି, ବ୍ୟକ୍ତି ଜଣକ କିପରି ଦେଖାଯାଉଛନ୍ତି, ସେନେଇ ତାଙ୍କୁ କିଛି ଫରକ୍ ପଡ଼ିନଥାଏ । ସେମାନେ ଗାଧୋଇବା ବନ୍ଦ କରନ୍ତି ଏବଂ ପ୍ରତିଦିନ ସମାନ ପୋଷାକ ପିନ୍ଧିବାକୁ ଚାହାଁନ୍ତି ।

Dementia କଣ ?

Dementia କୌଣସି ରୋଗର ନାମ ନୁହେଁ, କିନ୍ତୁ ଏହା ଏକ ଲକ୍ଷଣର ନାମ, ଯାହା ମସ୍ତିଷ୍କ ନଷ୍ଟ ହେବା ସହିତ ଜଡିତ । ଅଧିକାଂଶ ଲୋକ ଭୁଲିଯିବା ନାମରେ ଡିମେନ୍ସିଆ ଜାଣନ୍ତି । ସ୍ମୃତି ସମସ୍ୟା କେବଳ ମୁଖ୍ୟ ଲକ୍ଷଣ ନୁହେଁ । ଡିମେନ୍ସିଆର ଅନେକ ଗମ୍ଭୀର ଏବଂ ଚିନ୍ତାଜନକ ଲକ୍ଷଣ ଅଛି, ଯାହା Dementiaରେ ପୀଡିତ ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଥାଏ । ଜଣେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ସମସ୍ୟା ହୋଇଥାଏ ଏବଂ ବୟସ ସହିତ ଏହି ସମସ୍ୟା ବଢ଼ିଥାଏ ।

Get real time updates directly on you device, subscribe now.