(Video) ସ୍ପଷ୍ଟ ହେଲା ବାତ୍ୟା! 5ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ବର: ଓଡିଶାର ପିଛା ଛାଡୁନି ବାତ୍ୟା ଭୟ । ପୁଣି ବଦଳିବ ଚିତ୍ର । ସତ ହେଲା ପାଞ୍ଜିଲେଖା ନଭେମ୍ବର ଆରମ୍ଭରୁ ବଦଳୁଛି ପାଗ । ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ତାରିଖରେ ଅଧିକ ଘନୀଭୂତ ହୋଇ ନେବ ଅବପାତର ରୂପ ନେବ । ଏବେ ପାଞ୍ଜିରେ ଲୋଖା ହୋଇଥିବା କଥା ସତ ହେଉଛି । ଭୁବନେଶ୍ୱରରେ ଓ କଟକ ସକାଳୁ ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଆଉ ଆଜି ଘନ କୁହୁଡ଼ି ଚାଦର ପରି ଘୋଡାଇଦେଇଛି ଅଧା ଓଡିଶାକୁ ।

ଦାନା ଠାରୁ ଆହୁରି ଭୟଙ୍କର ରୂପ ଦେଖାଇବ ନଭେମ୍ବର ବାତ୍ୟା । ତେବେ ପାଞ୍ଜିରେ ଲେଖା ଥିଲା ଯେ ନଭେମ୍ବର ୫ରେ ଘୂର୍ଣ୍ଣବଳୟ ସୃଷ୍ଟି ହୋବ ତାହା ସତ ହୋଇଛି । ନଭେମ୍ବର ୫ରେ ଘୂର୍ଣ୍ଣଝଡ଼ ୧୫ ମଧ୍ୟରେ ବାତ୍ୟା ହେବ । ଦାନା ଠାରୁ ଆହୁରୀ ଭୟଙ୍କର ରୂପ ଦେଖାଇବ । ଏହାକୁ ନେଇ ପୁଣି ଓଡିଶାବାସୀଙ୍କ ମନରେ ଛନକା ପଶିଲାଣି ।

ଆସନ୍ତା ୫ ତାରିଖେୀ ଦକ୍ଷିଣ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ତାରିଖରେ ଗଭୀର ଅବପାତର ରୂପ ନେବା ନେଇ ଅଧିକ ସମ୍ଭାବନା ବଢ଼ିଛି । ନଭେମ୍ବର ୭ ତାରିଖରୁ ଓଡିଶାକୁ ଘାଣ୍ଟିବ ବାତ୍ୟା । ଗଭୀର ଅବପାତ ରୂପ ନେଇ ପୁଣି ବାତ୍ୟା ରଚିବ ତାଣ୍ଡବ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ସାଇକ୍ଲୋଜିନି ଅନୁସାରେ ଅବପାତରୁ ଅଧିକ ଘନିଭୂତ ହୋବାର ସମ୍ଭାବନା ମାତ୍ର ୩୩ ପ୍ରତିଶତ ରହିଛି । ତେବେ ଲଘୁଚାପର ପ୍ରଭାବ ଓଡିଶା ଉପରେ ପଡିବନି । ରାୟଗଡ଼ା ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଦମାଳ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆସନ୍ତା ୬ ତାରିଖରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହିତ ୭ ତାରିଖରେ ମୟୂରଭଞ୍ଜ କୋରାପୁଟରେ ବର୍ଷା ସମ୍ଭାବନା ରହିଚି । ଏହା ପ୍ରଭାବରେ ୭ ତାରିଖରୁ ୧୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଅତି ପ୍ରବଳ ବର୍ଷା ହେବ । ତେବେ ନଭେମ୍ବରରେ ଆସିବାକୁ ଥିବା ଓଡିଶା ଉପରେ ଏତେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି।