fbpx

ବାହାଘର ଅଛି, କିନ୍ତୁ ପାଖରେ ଟଙ୍କା ନାହିଁ କି ? ଏପରି ହିସାବରେ କରନ୍ତୁ ଯୋଗାଡ଼

ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଦେଶରେ ଲକ୍ଷ ଲକ୍ଷ ବାହାଘର ହେବାକୁ ଯାଉଛି । ଭାରତରେ ବାହାଘରକୁ ଏକ ବଡ଼ ପରମ୍ପରା ଭାବେ ଦେଖାଯାଏ ଓ ଯୁବକ-ଯୁବତୀଙ୍କ ବାହାଘର ଖୁବ୍ ଧୁମଧାମରେ କରାଯାଏ । ବାହାଘରରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଏ । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ ପାଖରେ ବାହାଘର ତୁଲାଇବାକୁ ଅର୍ଥର ଅଭାବ ରହିଛି । କିନ୍ତୁ ଆପଣ ଏକ ସହଜ ଉପାୟ ମାଧ୍ୟମରେ ବାହାଘର ପାଇଁ ଟଙ୍କାର ବ୍ୟବସ୍ଥା କରିପାରିବେ ।

ଭାରତରେ ପ୍ରାୟତଃ ବାହାଘର ବଜେଟ୍ ଲକ୍ଷ ଲକ୍ଷରେ ହୋଇଥାଏ । ସେହିପରି କିଛି ଲୋକଙ୍କ ବଜେଟ୍ କୋଟିରେ ପହଞ୍ଚିଯାଇଥାଏ । ଅବଶ୍ୟ କିଛି ଲୋକଙ୍କୁ ଅନ୍ୟ ଲୋକଙ୍କଠାରୁ ଋଣ ନେଇ ବାହାଘର ଖର୍ଚ୍ଚ କରିବାକୁ ପଡ଼ିଥାଏ । ଯଦି ଆପଣଙ୍କ ଘରେ ମଧ୍ୟ ବାହାଘର ହେବାକୁ ଯାଉଛି ବା ଆପଣ ବାହା ହେବାକୁ ଯାଉଛନ୍ତି, କିନ୍ତୁ ଟଙ୍କାର ଅଭାବ ରହିଛି ତେବେ ଚିନ୍ତା କରନ୍ତୁ ନାହିଁ । ଏଥିପାଇଁ ୱେଣ୍ଡିଂ ଲୋନ୍ ବା ବିବାହ ଋଣ ନେଇପାରନ୍ତି ।

ଯଦି ଆପଣ ଭାରତରେ ବିବାହ କରୁଛନ୍ତି, ତେବେ ୱେର୍ଡିଂ ଲୋନ୍ ନେଇପାରିବେ । ୱେଣ୍ଡିଂ ଲୋନ୍ ମାଧ୍ୟମରେ ବାହାଘରେ ଥିବା ଖର୍ଚ୍ଚକୁ ପୂରଣ କରିପାରିବେ । ଅନେକ ଋଣଦାତା ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣକୁ ଅଲଗା-ଅଲଗା ଶ୍ରେଣୀରେ ବିଭକ୍ତ କରି ରଖନ୍ତି । ସେଥିରେ ୱେଣ୍ଡିଂ ପର୍ସନାଲ ଲୋନ୍ ମଧ୍ୟ ରହିଛି । ଅନ୍ୟପଟେ ୱେଣ୍ଡିଂ ଲୋନର ବୈଶିଷ୍ଟ୍ୟ ପ୍ରାୟତଃ ବ୍ୟକ୍ତିଗତ ଲୋନର ବୈଶିଷ୍ଟ୍ୟ ସହିତ ସମାନ ରହିଛି ।

ତେବେ ବିବାହ ମହଙ୍ଗା ହୋଇପାରେ । ତେଣୁ ସମସ୍ତଙ୍କ ପାଇଁ ନିଜ ସମ୍ବଳରୁ ବିବାହ ବ୍ୟବସ୍ଥା କରିବା ଅସମ୍ଭବ ହୋଇପଡେ । ୱେଣ୍ଡିଂ ଲୋନ୍ ଆପଣଙ୍କ ବିବାହ ସହିତ ଜଡିତ ସମସ୍ତ ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରିବ । ଏହା ମାଧ୍ୟମରେ ଆପଣ ନିଜର ଭେନ୍ୟୁ ଫି, ଅଳଙ୍କାର କ୍ରୟ ଖର୍ଚ୍ଚ, କ୍ୟାଟରିଂ ଖର୍ଚ୍ଚ ଇତ୍ୟାଦି ସମାଧାନ କରିପାରିବ । ଅନଲାଇନରେ ବା ନିକଟସ୍ଥ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ଆପଣ ୱେଣ୍ଡିଂ ଲୋନ୍ ବିଷୟରେ ଜାଣିପାରିବେ ।

Get real time updates directly on you device, subscribe now.