fbpx

ମହାପ୍ରଭୁଙ୍କ ଦର୍ଶନରୁ ପୁଣି ବଞ୍ଚିତ ହେବେ ଶ୍ରଦ୍ଧାଳୁ: ପ୍ରତି ଶନି-ରବି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ୍‌): ପୁଣି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ହେବେ ବଞ୍ଚିତ । ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଉଠାଇ ଦିଆଯାଇଥିବା ବେଳେ ପୁରୀସ୍ଥିତ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ ରହିବ ବୋଲି ସ୍ପଷ୍ଟ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ଏସମ୍ପର୍କରେ ସୂଚନା ଦେଇଛନ୍ତି । ଶନିବାର ଓ ରବିବାର ବନ୍ଦ ସମୟରେ ଶ୍ରୀମନ୍ଦିର ସାନିଟାଇଜ୍‌ ହେବ ବୋଲି ସୂଚନା ଦିଆଯାଇଛି । ଏଥି ସହିତ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାମାରି କରୋନା ସଂକ୍ରମଣ ପାଇଁ ବହୁଦିନ ବନ୍ଦ ରହିବା ପରେ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଉତ୍ସାହ ଦେଖା ଦେଇଥିଲା । କିନ୍ତୁ ଏହାପରେ ଏଭଳି ପରିସ୍ଥିତି ଉପୁଜିବା ଶ୍ରଦ୍ଧାଳୁଙ୍କ ମନରେ ନିରାଶ ଭରି ଦେଇଛି ।

Get real time updates directly on you device, subscribe now.