fbpx

ଏହି ରାଜ୍ୟରେ ଆଜିଠାରୁ ଲାଗିଲା ସାପ୍ତାହିକ ଲକଡାଉନ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ?

ମୁମ୍ବାଇ,୧୦ ।୪ : ଦେଶରେ କରୋନା ମହାମାରୀ ପୁଣି ହୁ ହୁ ହୋଇ ବଢିଚାଲିଥିବା ବେଳେ ସର୍ବାଧିକ ପଜିଟିଭ୍ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକେର ସରକାର କେତେକ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଥିବା ବେଳେ ସମଗ୍ର ରାଜ୍ୟରେ ସାପ୍ତାହିକ ଲକଡାଉନ୍ ଲାଗୁ ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ରବିବାର ଦିନ ମନ୍ତ୍ରୀମଣ୍ଡଳ ବୈଠକ ଡକାଇଥିଲେ । ବୈଠକ ପରେ ସରକାର ଶୁକ୍ରବାର ରାତିରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସାପ୍ତାହିକ ଲକଡାଉନ ଓ ଅନେକ କଟକଣା ଲାଗୁ କରିଛନ୍ତି । ସାପ୍ତାହିକ ଲକଡାଉନ୍ ଶୁକ୍ରବାର ରାତି ୮ଟାରୁ ଲାଗୁ ହୋଇ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ଆସନ୍ତୁ ଜାଣିବା ଏହି ସାପ୍ତହିକ ଲକଡାଉନରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ….

–  ଫିଲ୍ମ ସୁଟିଂ ବନ୍ଦ ହେବ ନାହିଁ କିନ୍ତୁ ସିନେମା ହଲ, ରେସ୍ତୋରାଁ, ମଲ୍ , ବାର, ସମ୍ପୂର୍ଣ୍ଣ ବନ୍ଦ ରହିବ ।

–  ଗାର୍ଡେନ ଓ ଖେଳ ସ୍ଥାନ ବନ୍ଦ ରହିବ । ରାତିରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ ।

–  କଳକାରଖାନା, ପରିବା ବଜାର ଆବଶ୍ୟକ ଏସଓପି ଅନୁଯାୟୀ ଖୋଲାଯିବ ।

–  ବିଗ୍ ବଜାର, ସୁପର ମାର୍କେଟ ୭ ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । ଯେଉଁଠାରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେବ ।

–  କୋଭିଡ ନିୟମ ସହିତ ଗ୍ୟାରେଜ ଖୋଲା ରହିବ ।

–  ରାସ୍ତା କଡରେ ଢାବା ଖୋଲା ରହିବ । ମାତ୍ର ଖାଦ୍ୟ କେବଳ କିଣି ନେବେ । ସେଠାରେ ବସି ଖାଇ ପାରିବେ ନାହିଁ । ହୋମ୍ ଡେଲିଭର ଜାରି ରହିବ ।

– ଟେଲିକମୁନିକେସନର ସମସ୍ତ ଦୋକାନ ବନ୍ଦ ରହିବ ।

– ଲୋକମାନେ ମଦ କିଣି ପାରିବେ, କିନ୍ତୁ ବସିବି ପିଇପାରିବେ ନାହିଁ । ଗ୍ରାହକମାନେ ମଦର ହୋମ୍ ଡେଲିଭର ବି କରିପାରିବେ ।

Get real time updates directly on you device, subscribe now.