fbpx
BJD SKY
BJD SKY

ଜଣାଶୁଣା ଟିଭି ଅଭିନେତ୍ରୀ ଡ଼ଲି ସୋହିଙ୍କ ପରଲୋକ; ୬ ମାସ ହେବ ସର୍ଭିକାଲ କ୍ୟାନସର୍‌ରେ ଥିଲେ ପୀଡ଼ିତ

BJD

ମୁମ୍ବାଇ: ‘ଝନକ୍’ ଏବଂ ‘ଭାବି’ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହିଙ୍କ ପରଲେକ। ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ସୋହିଙ୍କ ଭାଇ ମନପ୍ରୀତ୍ ଏହି ସୂଚନା ଦେଇଛନ୍ତି। ଅଭିନେତ୍ରୀ ୬ ମାସ ତଳେ ସର୍ଭିକାଲ କ୍ୟାନସର୍‌ରେ ପୀଡ଼ିତ ଥିବା ଜଣାପଡ଼ିଥିଲା ଏବଂ ସେବେଠାରୁ ସେ ଚିକିତ୍ସିତ ହେଉଥିଲେ।

ସୋହିଙ୍କ ଭାଇ ମନପ୍ରୀତ ପିଟିଆଇକୁ କହିଛନ୍ତି, “ସେ ଆଉ ନାହାନ୍ତି। ଆପୋଲୋ ହସ୍ପିଟାଲରେ ଭୋର ପ୍ରାୟ ୪ଟାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ସର୍ଭିକାଲ କ୍ୟାନସର୍ ଥିଲା ଯାହା ତାଙ୍କ ଫୁସଫୁସକୁ ବ୍ୟାପିଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତକାଲି ରାତିରେ ଆମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ”

ଡଲି ସୋହିଙ୍କ ଭଉଣୀ ଅମନଦୀପ ସୋହିଙ୍କର ମଧ୍ୟ ଗୁରୁବାର ଜଣ୍ଡିସରେ ମୃତ୍ୟୁ ଘଟିଛି। ସେ ଜଣେ ଅଭିନେତ୍ରୀ ମଧ୍ୟ ଥିଲେ। ଟିଭି ଧାରାବାହିକ ‘ବଦ୍ତମିଜ୍ ଦିଲ୍’ ଜରିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅମନଦୀପଙ୍କ ବୟସ ପ୍ରାୟ ୪୦ ବର୍ଷ। ଗୁରୁବାର ଦିନ ଡି ୱାଇ ପାଟିଲ ହସ୍ପିଟାଲରେ ଜଣ୍ଡିସ୍ ରେ ଅମନଦୀପଙ୍କ ଦେହାନ୍ତ ହୋଇଛି। ” ଡଲି ସୋହି ‘କୁସୁମ’, ‘ମେରି ଆଶିକି ତୁମ୍ ସେ ହି’, ‘କୁମ୍କୁମ୍ ଭାଗ୍ୟ’ ଏବଂ ‘ପରିଣୀତି’ ଭଳି ଧାରାବାହିକରେ କାମ କରିଥିଲେ। ଆଜି ଉଭୟଙ୍କ ଅନ୍ତିମ ସଂସ୍କାର କରାଯିବ। ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ଡଲି ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ।

 

 

View this post on Instagram

 

A post shared by India Forums (@indiaforums)

Get real time updates directly on you device, subscribe now.