fbpx

ହୋଟେଲରେ ଚିକେନ ତରକାରୀ ଖାଇବା ପରେ ଯୁବକଙ୍କ ହେଲା ମୃତ୍ୟୁ, କାରଣ ଜାଣିଲେ ଆପଣ ବି ହେବେ ଚକିତ

ନୂଆଦିଲ୍ଲୀ: ପୁରା ଦୁନିଆରେ ନନ୍ ଭେଜ୍‌ଙ୍କ ସଂଖ୍ୟା ବହୁତ ଅଧିକ । ଭାରତରେ ଲୋକମାନେ ବେଶ୍ ଆନନ୍ଦର ସହ ଚିକେନ୍ ଓ ମଟନରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ବି ଏହି ସବୁ ଖାଦ୍ୟ ତିଆରି କରିବାର ଭିଡିଓ ଜୋରଦାର ଭାଇରାଲ ହେଉଛି । କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତିଙ୍କ ସହ ଚିକେନ୍ ଖାଇବା ପରେ ଏପରି କିଛି ଘଟିଲା ଯାହା ଶୁଣିବା ପରେ ଆପଣ ଆଉ କେବେ ଚିକେନ୍ ଡିସ୍ ଖାଇବାକୁ ମନ କରିବେ ନାହିଁ । ଏହି ବ୍ୟକ୍ତି ଚିକେନ୍ ତରକାରୀ ଖାଇବା ମାତ୍ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ୨ ବର୍ଷ ତଳେ ଘଟିଥିଲା କିନ୍ତୁ ଆଜି ବି ଲୋକମାନେ ଏହି ଘଟଣାକୁ ମନେ ପକାଇ ଭୟଭୀତ ହୋଇଯାଉଛନ୍ତି ।

ଡେଲି ଷ୍ଟାର ନ୍ୟୁଜ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ଇଂଲଣ୍ଡର ବୁରୀ ରାମସ୍‌ବଟମରେ ରହୁଥିବା ୨୭ ବର୍ଷୀୟ ମେକାନିକ ଯୋଶେଫ୍ ହିଗିନସନ୍ ୨୮ ଡିସେମ୍ବର ୨୦୨୨ରେ ନିଜ ପରିବାର ସହ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିଲେ । ଏହି ସମୟରେ ସେ ଚିକେନ୍ କରୀ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଏହି ତରକାରୀକୁ ପ୍ରଥମଥର ପାଟିକୁ ନେଇଛନ୍ତି ସେତେବେଳେ ତାଙ୍କୁ ଅଚାନକ ହୃଦଘାତ ଆସିଗଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଗଲା । ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ୪ ଜାନୁୟାରୀ ୨୦୨୩ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯେତେବେଳେ ପୋଲିସ ଯାଞ୍ଚ କରିଥିଲା ସେତେବେଳେ ଜଣାପଡିଥିଲା କି ଯୋଶେଫଙ୍କର ଡ୍ରାଏ ଫ୍ରୁଟ, ବାଦାମ ଆଦି ପ୍ରତି ଆଲର୍ଜି ରହିଥିଲା ।

ଯୋଶେଫ ଅର୍ଡର କରିଥିବା ଚିକେନ୍ କରୀରେ ବାଦାମ ମିଶିଥିବାରୁ ଏହା ତାଙ୍କ ପାଇଁ ଘାତକ ହୋଇଥିଲା । ତେବେ ଏହି ଘଟଣାରେ ରେଷ୍ଟୁରାଣ୍ଟର କିଛି ଭୁଲ୍ ନ ଥିଲା । କାରଣ ଉକ୍ତ ରେଷ୍ଟୁରାଣ୍ଟ ଚିକେନ କରୀରେ ବାଦାମ ମିଶିଥିବାର ସୂଚନା ପୂର୍ବରୁ ତାଙ୍କୁ ଦେଇଥିଲା । ଡାକ୍ତରଙ୍କ ମତରେ ଏହି ଆଲର୍ଜି ଆନାଫିଲାକ୍ସିସ୍ ରୋଗ କାରଣରୁ ହୋଇଥାଏ । ଏହା ଏକ ପ୍ରକାର ଘାତକ ଆଲର୍ଜି ଯାହା ହଠାତ୍ ହୋଇଥାଏ । ଏହା କେତେକ ଖାଦ୍ୟ, ମେଡିସିନ୍ କିମ୍ବା କୀଟପୋକ କାମୁଡିଲେ ହୋଇଥାଏ ।

Get real time updates directly on you device, subscribe now.