fbpx

ପଶ୍ଚିମବଙ୍ଗ: ବିଜେପିରୁ ଇସ୍ତଫା ଦେଲେ ସାଂସଦ କୁନର ହେମ୍ବ୍ରମ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଚଳିତ ମାସ ୧୫ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟାରେ ବ୍ୟସ୍ତ ରହିଥିବା ବେଳେ ଏହା ମଧ୍ୟରେ ରାଜନେତାଙ୍କର ଦଳ ଡ଼ିଆଁ ପର୍ବ ଦେଖିବାକୁ ମିଳିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ପଶ୍ଚିମବଙ୍ଗର ଝାରଗ୍ରାମ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ କୁନର ହେମ୍ବ୍ରମ୍ ପଦ୍ମ ଛାଡ଼ିଛନ୍ତି । କୁନର ବିଜେପି ଛାଡ଼ିବା ଫଳରେ ଦଳକୁ ଲାଗିଛି ଏକ ବଡ଼ ଝଟକା । ବ୍ୟକ୍ତିଗତ କାରଣ ପାଇଁ ସେ ଦଳ ଛାଡ଼ୁଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ କୁନର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ଗ୍ରହଣୀୟ ହୋଇଛି କି ନା ସେନେଇ ସେ ଜାଣିନଥିବା କହିଛନ୍ତି । ସେ ରାଜନୀତି କରିବାକୁ ଚାହୁଁ ନାହାନ୍ତି । ଇସ୍ତଫା ପରେ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ମାତ୍ର ସେ କୌଣସି ଦଳର ସମ୍ପର୍କରେ ନାହାନ୍ତି ଓ ସେ ରାଜନୀତି ଛାଡ଼ିବାକୁ ଚାହୁଁଥିବା କହିଥିଲେ ।

Get real time updates directly on you device, subscribe now.