fbpx

ବିଶ୍ୱ ବଜାରରେ ଏକଘରିକିଆ ହୋଇଯିବ କପଟି ଚୀନ: ଏକାଠି ହୋଇ ରଣନୀତି ପ୍ରସ୍ତୁତି କରିବେ ପାଶ୍ଚାତ୍ୟ ଦେଶ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଦୁଇ ଶତ୍ରୁ ରାଷ୍ଟ୍ର ହେଉଛନ୍ତି ଦୁଇ ପଡ଼ୋଶୀ ଚୀନ ଆଉ ପାକିସ୍ତାନ । ବିଭିନ୍ନ ସମୟରେ ଏହି ଦୁଇ ଦେଶ ପକ୍ଷରୁ ଭାରତ ପ୍ରତି ବିପଦର ସମ୍ଭାବନା ଥାଏ । ତେବେ ଚୀନ ବିଭିନ୍ନ ସମୟରେ ଭାରତ ସହିତ ବିଶ୍ୱର ଅନେକ ଦେଶ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ପ୍ରୟାସରତ ଥାଏ । ସର୍ବଦା ନିଜର ସ୍ୱାର୍ଥ ହାସଲ ଲକ୍ଷ୍ୟରେ ନିମଗ୍ନ ରହିଥାଏ କୁଟଳି ଡ୍ରାଗନ । ଅନେକ ଦୁର୍ବଳ ଦେଶ ଚୀନର କରଜ ଭାରରେ ବୁଡ଼ି ରହିଛନ୍ତି । ତେବେ ଏଭଳି ସ୍ଥିତିରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ଭାରତ ସମେତ ସମସ୍ତ ରାଷ୍ଟ୍ର ପାଇଁ ଖୁବ୍ ଗୁରୁତ୍ୱ ବହନ କରୁଛି ।

ଟ୍ରଡୋ କହିଛନ୍ତି ଯେ, ଚୀନ ବିଭିନ୍ନ ସମୟରେ ବିଭିନ୍ନ ରାଷ୍ଟ୍ର ତଥା ରାଷ୍ଟ୍ରମୁଖ୍ୟଙ୍କ ଉଦ୍ଦେଶ୍ୟରେ କଡ଼ା ମନ୍ତବ୍ୟ ଦେଇଥାଏ । ଏହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଦେଖାଦେବା ସମୟରେ ଡ୍ରାଗନ ନିଜ ସ୍ୱାର୍ଥ ହାସଲ କରିନେଇଥାଏ । ଚୀନର ବୃହତ ବଜାରରେ କାରବାର କରିବା ପାଇଁ ଯେଉଁ କମ୍ପାନୀମାନେ ଯାଆନ୍ତି, ଚୀନ ସେ କ୍ଷେତ୍ରରେ ଅନେକ ସର୍ତ୍ତ ରଖିଥାଏ । ଏଭଳି ସ୍ଥିତିରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସି ହାତ ମିଳାଇବା ଦରକାର । ଆମେ ସମସ୍ତେ ଏକାଠି ହେଲେ ଚୀନ ଆମକୁ ଭଡ଼କାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ସୂଚଚାଯୋଗ୍ୟ ଯେ, ଆତଙ୍କବାଦୀ ନିରୋଧ ଅଭିଯାନରେ ସବୁ ସମୟରେ ଚୀନ ମିଳିତ ଜାତିସଂଘରେ ଭାରତର ପଥ ଓଗାଳୁଛି । ଏସିଆ ମହାଦେଶରେ ଭାରତର ଉଦ୍ଧ୍ୱର୍ମୁଖୀକୁ ଡ୍ରାଗନ ସହଜରେ ହଜମ କରିପାରୁ ନାହିଁ । ତେଣୁ ସେ ବିଭିନ୍ନ ସମୟରେ ନାନା ମାୟା ଜାଲ ନିର୍ମାଣରେ ବ୍ୟସ୍ତ ଥାଏ । ତେବେ କାନାଡ଼ା ସହିତ ବେଜିଂର ବିବାଦ ପୂର୍ବରୁ ଜାରି ରହିଥିବାରୁ ଭାରତ ବିଭିନ୍ନ ପାଶ୍ଚାତ୍ୟ ଦେଶକୁ ଏକାଠି କରିପାରିଲେ ଚୀନ ନିଶ୍ଚୟ ପାନେ ପାଇବ ।

Get real time updates directly on you device, subscribe now.