fbpx
BSKY
BJD MC SKY
BJD MS SKY

ଲିଫ୍ଟ ଦେବା ବାହାନାରେ ପ୍ରଥମେ ଅପହରଣ ଓ ପରେ ଗଣଦୁଷ୍କର୍ମ, ଅତ୍ୟାଚାର ପରେ ପୀଡ଼ିତାଙ୍କୁ ଫିଙ୍ଗିଦେଲେ ନାଳରେ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଅତ୍ୟାଚାରର ଘଟଣା ସାମନାକୁ ଆସୁଛି । ଜାତୀୟ ରାଜଧାନୀ ଦିଲ୍ଲୀର ସାଗରପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି ।

ସୂଚନା ମୁତାବକ, ୩୨ ବର୍ଷୀୟ ପୀଡ଼ିତା ସାଗରପୁରରେ ନିଜ ସ୍ୱାମୀଙ୍କ ସହିତ ରହୁଥିଲେ । ପୀଡ଼ିତାଙ୍କର ନିଜ ସ୍ୱାମୀଙ୍କ ସହିତ ରବିବାର ଦିନ ବିଳମ୍ବିତ ରାତିରେ କୌଣସି କାରଣରୁ ବିବାଦ ହୋଇଥିଲା । ଏହି କାରଣରୁ ସେ ଘରୁ ବାହାରକୁ ଚାଲିଯାଇଥିଲେ । ସେ ନିଜ ସମ୍ପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲା । ଏହି ସମୟରେ ରାସ୍ତାରେ ଯିବା ସମୟରେ କିଛି ଲୋକ କାର୍ ରେ ଆସି ଲିପ୍ଟ ଦେବାକୁ କହିଥିଲେ ଓ ତାଙ୍କୁ କାର୍ ରେ ନେଇ ଦୁଇଜଣ ବ୍ୟକ୍ତି ଜୋରଜବରଦସ୍ତି ମଦ ପିଆଇଥିଲେ । ଏହାପରେ ଗଣଦୁଷ୍କର୍ମ କରିଥିଲେ ।

ଏହାପରେ ସକାଳ ସାଢ଼େ ୪ଟା ସମୟରେ ନିହାଲ ବିହାର ଅଞ୍ଚଳରେ ଥିବା ଏକ ଗାଁ ପାଖରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ । ପୀଡ଼ିତା ଜଣକ ଏହାର ସୂଚନା ପୋଲିସ୍ କୁ ଦେଇଥିଲେ । ପୋଲିସ୍ ଏନେଇ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.