(Video) Oh My God! କି ଭୟଙ୍କର ଆଖି… ଅନ୍ତରୀକ୍ଷରୁ ଆଖି ଦେଖାଇ ଡରାଉଛି କିଏ? ନାସା ଦେଖାଇଲା ଅସଲ ଦୃଶ୍ୟ

ଓଡ଼ିଶା ଭାସ୍କର: ବ୍ରହ୍ମାଣ୍ଡ ଏପରି ଏକ ଶବ୍ଦ ଯାହାକୁ ଭାବିବା ଓ ଚିନ୍ତା କରିବା ପାଇଁ ବି ଆମ ମସ୍ତିଷ୍କ କମ ପଡ଼ିଯାଏ । ଯାହା ଆମ ଭାବନା ଠାରୁ ବି ଅନେକ ବଡ଼ । ବ୍ରହ୍ମଣ୍ଡ ଭିତରେ ରହିଛି ଆକାଶ ଗଙ୍ଗା ଏବଂ ଆକାଶ ଗଙ୍ଗା ଭିତରେ ରହିଛି ଆନେକ ପୃଥିବୀ । କିନ୍ତୁ ମାତ୍ର ଗୋଟିଏ ଶବ୍ଦରେ ବୁଝି ହେଉଥିବା ବ୍ରହ୍ମାଣ୍ଡର ଆକାରକୁ ବ୍ୟାଖ୍ୟା କରିବା ସହଜ ନୁହେଁ । ବର୍ତ୍ତମାନ ଏହି ବ୍ରହ୍ମାଣ୍ଡ ଆମକୁ ଆଖି ଦେଖାଇ ଡରାଇବା ଆରମ୍ଭ କରିଦେଇଛି । ଅନ୍ତରୀକ୍ଷରେ ଭୟଙ୍କର ଆଖିର ଏକ ଝଲକ ଏବେ ଦେଖିବାକୁ ମିଳିଛି । ସୁନ୍ଦର ସୃଷ୍ଟି ଭିତରେ ଏମିତି ଭୟାନକ ରୂପ ଥିବ ବୋଲି ଭାବିଲେ ହିଁ ଭୟ ଖେଳିଯାଉଛି । ଆମେରିକାର ସ୍ପେସ ଏଜେନ୍ସି ନାସା ଦେଖାଇଛି ପ୍ରହ୍ମାଣ୍ଡ ଏଭଳି ଏକ ଭୟଙ୍କ ଦୃଶ୍ୟ ।

ବ୍ରହ୍ମାଣ୍ଡରେ ଲୁଚି ରହିଥିବା ଅନେକ କିଛି ଜିନିଷକୁ ଖାଲି ଆଖିରେ ଦେଖି ହୁଏ ନାହିଁ, କିନ୍ତୁ ଟେଲିସ୍କୋପ ଜରିଆରେ ଏହାର ବାସ୍ତବ ଚିତ୍ରକୁ କଏଦ କରାଯାଇପାରେ । ବର୍ତ୍ତମାନ ନାସା ଏହଭଳି ଦୁଇଟି ଭୟଙ୍କର ଆଖିର ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିଛି । ହେଲୋୱିନ ପୂର୍ବରୁ ଏକ ଭୟଙ୍କ ଦୃଶ୍ୟକୁ ସୋସିଆଲ ମିଡିଆରେ ଅପଲୋଡ କରିଛି । ଜେମ୍ସ ୱେବ ଟେଲିସ୍କୋପ ଏବଂ ହବଲ ସ୍ପେସ ଟେଲିସ୍କୋପର ସାହାଯ୍ୟରେ ଏହି ଅଦ୍ଭୁତ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛି । ଯାହାକୁ ବ୍ରହ୍ମାଣ୍ଡର ଆଖି ବୋଲି କୁହାଯାଇଛି । ଏହି ଦୃଶ୍ୟକୁ ଦେଖି କୁହାଯାଉଛି ଯେ, ବ୍ରହ୍ମାଣ୍ଡ ଅନ୍ତରୀକ୍ଷରୁ ଆଖି ଦେଖାଇ ଲୋକଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛି ।

ତେବେ ପ୍ରକୃତ ଘଟଣା ହେଉଛି, ଏହା କୌଣସି ବ୍ରହ୍ମାଣ୍ଡର ଆଖି ନୁହେଁ । ଦୁଇଟି ଆକାଶଗଙ୍ଗାର ଦୃଶ୍ୟ ଏଭଳି ଆକୃତି ନେଇଛନ୍ତି, ଯାହା ଆଖି ଭଳି ଦୃଶ୍ୟମାନ ହେଉଛି । ବାମ ପକ୍ଷରେ ଛୋଟ ସ୍ପାଇରାଲ ଆକାଶଗଙ୍ଗା ଆଇସି ୨୧୬୩ ଥିବା ବେଳେ ଡାହାଣ ପାଖରେ ଆକାଶଗଙ୍ଗା ଏନଜିସି ୨୨୦୭ ରହିଛି । ଉଭୟ ଆକାଶଗଙ୍ଗା ପରସ୍ପର ମଧ୍ୟରେ ପିଟି ହେଉଥିା ଅନୁମାନ କରାଯାଉଛି । ଏହି ଯୋଡି ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ପରସ୍ପରକୁ ଅତିକ୍ରମ କରୁଥାଇପାରନ୍ତି ଏବଂ ସେମାନଙ୍କର କେନ୍ଦ୍ର ଏବଂ ବାହୁ ମିଶ୍ରିତ ହୋଇପାରେ । ନୂତନ ଆକୃତିର ବାହୁ ଏବଂ କେନ୍ଦ୍ରରେ ଏକ ଉଜ୍ଜ୍ୱଳ ସାଇକ୍ଲୋପ୍ ପରି ଆଖି ଦେଖାଯାଇପାରେ ବୋଲି ଆଲୋଚନା ହେଉଛି । ତେଣୁ ସୋସିଆଲ ମିଡିଆରେ ନାସାର ଏହି ଦୃଶ୍ୟ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ।