fbpx

କଞ୍ଚା ଟମାଟୋ ଖାଇବା ଦ୍ଵାରା ମିଳିଥାଏ ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ ?

ଟମାଟୋ ଏମିତି ଏକ ପରିବା ଯାହା ସବୁଥିରେ ଦରକାର ହୋଇଥାଏ । ଏଥିରୁ ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତ ହୋଇଥାଏ । ଏହା ତ ତରକାରୀ ପଡ଼ିଲେ ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ଏଥିରେ ସାଲାଡ଼ ହୋଇଥାଏ ଏବଂ ଏହାକୁ କେହି କେହି ଫେସ୍ ପ୍ୟାକ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ କଞ୍ଚା ଖାଇବା ଦ୍ୱାରା ଶରୀରରେ କ’ଣ ଫାଇଦା ମିଳିଥାଏ ? ଆସନ୍ତୁ ଜାଣିବା…

ଦୃଷ୍ଟି ଶକ୍ତି ବୃଦ୍ଧି- ଯେଉଁମାନଙ୍କର ଦୃଷ୍ଟି ଶକ୍ତି କମ୍ ଥାଏ ,ସେମାନେ ବହୁମାତ୍ରରେ ଟମାଟୋ ଖାଇବା ଦରକାର । କାରଣ ଏଥିରେ ଭିଟାମିନ୍ ଏ ଥାଏ । ଫଳରେ ଏହାକୁ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ତ୍ୱଚାକୁ ମଧ୍ୟ ଚିକ୍କଣ କରିଥାଏ ।

ପେଟ ଥଣ୍ଡା ରହିଥାଏ – ଆଜିକାଲି ସମସ୍ତଙ୍କ କ୍ଷେତ୍ରରେ ପେଟ ଜନିତ ସମସ୍ୟା ଦେଖାଯାଉଛି । ଏହାର ପ୍ରଭାବ କେଶ ଏବଂ ଚର୍ମ ଉପରେ ପଡ଼ିଥାଏ । ତେଣୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ ଏହା ପେଟକୁ ଥଣ୍ଡା ରଖିଥାଏ ।

ଓଜନ ହ୍ରାସ- ଏବେ ସମସ୍ତଙ୍କ କ୍ଷେତ୍ରରେ ମୋଟାପଣ ଦେଖିବାକୁ ମିଳୁଛି । ଏହା ଦ୍ୱାରା ଶରୀର ଓଜନ ଏବଂ କୋଲଷ୍ଟର ବୃଦ୍ଧି ପାଇଥାଏ । କିନ୍ତୁ ଟମାଟୋ ରସ ପିିବା ଦ୍ୱାରା ଓଜନ କମିବା ସହ କୋଲଷ୍ଟର ସ୍ତରଙ୍କୁ ମଧ୍ୟ ହ୍ରାସ କରିଥାଏ । ଏହା ଓଜନ ହ୍ରାସ ପରେ ଏକ ସୁସ୍ଥ ଓଜନ ବଜାୟ ରଖିବାରେ ସାହାର୍ଯ୍ୟ କରିଥାଏ ।

କ୍ୟାଲୋରୀ- ଲାଲ୍ ଟମାଟୋରେ କମ୍ କ୍ୟାଲୋରୀ ଥାଏ । ଯେଉଁଥିରେ କାର୍ବୋହାଇଡ୍ରେଟର ପରିମାଣ ମଧ୍ୟ କମ୍ ମାତ୍ରାରେ ଥାଏ ଏବଂ ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟକୁ ଭରିବା ସହ ହଜମ କରିବା ସହଜ ହୋଇଥାଏ ।

Get real time updates directly on you device, subscribe now.