ବିରାଟ କୋହଲିଙ୍କୁ ନେଇ କ’ଣ କହିଲେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ୍ ?

ନୂଆଦିଲ୍ଲୀ: ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋହଲିଙ୍କ ସହ ଧକ୍କା ହେବା ପରେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ ରଖିଲେ ପ୍ରତିକ୍ରିୟା। ସେ କହିଛନ୍ତି ଯେ ପଡ଼ିଆରେ ଏପରି ହୋଇଥାଏ…।

ତେବେ ବିରାଟ କୋହଲି ଓ ସାମ୍ କୋନଷ୍ଟାସ୍ ମୁହାଁମୁହିଁ ଧକ୍କା ହେବା ପରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଚରଣ ବିଧିର ଲେବଲ ୧ ଉଲ୍ଲଂଘନ କରିଥିବାରୁ ଆଇସିସି ବିରାଟ କୋହଲିଙ୍କୁ ଜରିମାନା କରିଛି।

କୋହଲିଙ୍କୁ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ଏଥିସହ ସେମାନଙ୍କ ମେରିଟ୍ ମାର୍କରୁ ଗୋଟିଏ ମାର୍କ ମଧ୍ୟ କାଟି ଦିଆଯାଇଛି। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ମେଲବର୍ଣ୍ଣରେ ଆରମ୍ଭ ହୋଇଛି।

ଏହି ସମୟରେ ସାମ୍ କୋନଷ୍ଟାସ୍ ଓ ଉସ୍ମାନ ଖୱାଜା ଅଷ୍ଟ୍ରେଲିଆ ପକ୍ଷରୁ ଓପନିଂ କରିଥିଲେ। ମ୍ୟାଚ୍ ର ଦଶମ ଓଭର ପରେ କୋନଷ୍ଟାସ୍ ତାଙ୍କ ସାଥୀ ଉସମାନ ଖୱାଜାଙ୍କ ଆଡ଼କୁ ଚାଲିଯାଇଥିଲେ।

ଏହି ସମୟରେ କୋହଲି ମଧ୍ୟ ବଲ୍ ଉଠାଇ କୋନଷ୍ଟାସ୍ ଯେଉଁ ଦିଗରେ ଆସୁଥିଲେ ସେହି ଦିଗକୁ ଚାଲିଯାଇଥିଲେ। ଏହାପରେ କୋହଲିଙ୍କ କାନ୍ଧ କନ୍ଷ୍ଟାସ୍ ସହ ଧକ୍କା ହୋଇଥିଲା।

ପଡ଼ିଆରେ କୋନଷ୍ଟାସ ଏହାକୁ ନେଇ ବହୁତ ରାଗିଯାଇଥିଲେ ଏବଂ ସେ କୋହଲିଙ୍କୁ କିଛି କହିଥିଲେ। ଏହାର ଜବାବରେ କୋହଲି ମଧ୍ୟ କହିଥିଲେ। ପରେ ଖେଳାଳିଙ୍କ ମଧ୍ୟରେ ଅମ୍ପାୟାରଙ୍କୁ ଆସିବାକୁ ପଡ଼ିଥିଲା।

କିନ୍ତୁ ଯେତେବେଳେ ସାମ କୋନଷ୍ଟାସଙ୍କୁ ଏହି ପୁରା ଘଟଣା ବିଷୟରେ ପଚରାଗଲା, ସେ କହିଲେ, “ମୁଁ ଭାବୁଛି ଆମେ ଦୁହେଁ ଭାବନାରେ ଭାସି ଯାଇଥିଲୁ । ମୁଁ ମୋର ଗ୍ଲୋଭସ୍ ଠିକ୍ କରୁଥିଲି । ମୁଁ ଭାବୁଛି ବିରାଟ କୋହଲି ଅଜାଣତରେ ମୋତେ ଧକ୍କା ଦେଇଥିଲେ। ଖେଳରେ ଏପରି ହୋଇଥାଏ।”