fbpx

ପୋଷ୍ଟର ଲଗାଇବା ମାମଲାରେ କ’ଣ କହିଲେ ସାଂସଦ ଅପରାଜିତା ?

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ‘ନିଖୋଜ’ ପୋଷ୍ଟର ବିଷୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସେ କହିଛନ୍ତି ଯେ, ‘ନିଖୋଜ’ ପୋଷ୍ଟ ହ୍ୱାଟ୍ସଆପରେ ପାଇଲି । ନିଖୋଜ ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ମୁଁ ପୁଣି ସଂସଦ ଅଧିବେଶନରେ ଭାଗ ନେବି । ଏଥର ପ୍ରତି ଗଳି କନ୍ଦିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନଙ୍କୁ ମୋର ଶୁଭେଚ୍ଛା । ବାଇ-ଲ ନେଇ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି । ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ସମସ୍ତେ ହାତ ମିଳାଇ କାମ କଲେ ସମସ୍ୟାର ସମାଧାନ ହୋଇଯିବ । ଆଜି ମୁଁ ବିଜେପି କର୍ମୀ ନୁହେଁ, ବରଂ ସାଂସଦ ହିସାବରେ କଥା ହେଉଛି ବୋଲି ଅପରାଜିତା କହିଛନ୍ତି ।

Get real time updates directly on you device, subscribe now.