fbpx

ରଙ୍ଗରୁଟରେ ଚଢିଗଲା ଭ୍ୟାନ୍, ୨ ଭଉଣୀ ମୃତ

ଢେଙ୍କାନାଳ, ୧୫ା୨(ଓଡିଶା ଭାସ୍କର): ଢେଙ୍କାନାଳ ଟାଉନ୍ଥାନା ବାଜିଚୌକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ଚାଲିଯାଇଛି ୨ ଭଉଣୀଙ୍କ ଜୀବନ । ଫ୍ଲାଇଓଭର ତଳେ ଖେଳୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ରଙ୍ଗରୁଟରେ ଆସି ସେମାନଙ୍କ ଉପରେ ଚଢିଯାଇଥିଲା । ପିକଅପ୍ ଭ୍ୟାନ ଧକ୍କାରେ ୨ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତ୨ ଭଉଣୀ ସାଇନା ସବର ଓ ସୁହାନା ସବରଙ୍କ ବୟସ ଯଥାକ୍ରମେ ୫ ଓ ୭ ବର୍ଷ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ନାବାଳକଙ୍କ ବୟସ ୭ ବର୍ଷ ବୋଲି ଜଣାପଡିଛି । ଗୁରୁତର ନାବାଳିକାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.