fbpx

କଟକର କୋଭିଡ ସ୍ଥିତି ଓ ମୁକାବିଲା ବ୍ୟବସ୍ଥା ଉପରେ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୨୭ ।୬(ଓଡିଶା ଭାସ୍କର): କରୋନା ମହାମାରୀକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର । କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରତି ୱାର୍ଡରେ କମିଟି ଗଠିତ ହୋଇଛି । ସହରାଞ୍ଚଳରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ପ୍ରତି ୱାର୍ଡ ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ପୂଜା ଓ ସାହି କମିଟିମାନଙ୍କର ସହଯୋଗ ଲୋଡାଯାଇଛି । କରୋନା ସ୍ଥିତି ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି ।

କୋରୋନା ସ୍ଥିତି ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ଯେ, ‘କରୋନା ନେଇ ସଚେତନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସିଏମସି ପକ୍ଷରୁ ୧୦ଟି ରାପିଡ ରେସ୍ପନ୍ସ ଟିମ୍ ଗଠିତ ହୋଇଛି । କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି ସିଏମସି । ବସ୍ତି ଅଞ୍ଚଳରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯାଇଛି । କଟକର ବିଭିନ୍ନ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି । ସିଏମସି ଅଧିନରେ ଅଞ୍ଚଳକୁ ବାହାରୁ ୫,୧୦୧ ଲୋକ ଆସିଛନ୍ତି । ଏମାନଙ୍କୁ ଟ୍ରାକ କରାଯାଇ ସଙ୍ଗରୋଧ ବ୍ୟବସ୍ଥା କରାଯାଉଛି । ଆବଶ୍ୟକୀୟ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି ।’

ଏହା ସହ ବିଭିନ୍ନ ହୋଟେଲରେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି । କଣ୍ଟ୍ରୋଲ ରୁମ ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି । କରୋନା ନେଇ ଏହି ନମ୍ବରକୁ କଲ କରି ଲୋକ ଜଣାଇଛନ୍ତି । ରାପିଡ ଆକ୍ସନ ଟିମ୍ ଦ୍ୱାରା କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁଙ୍କ ଉପରେ ନଜର ରଖାଯାଇଛି । କିଛି ଅସୁବିଧା ଦେଖିଲେ ତାଙ୍କର ଟେଷ୍ଟ କରାଯାଉଛି । ଘରୋଇ ହସ୍ପିଟାଲରେ ଯାଞ୍ଚ କରାଯାଉଛି । କୋଭିଡ ଗାଇଡଲାଇନ୍ ପାଳନ ହେଉଛି କି ନାହିଁ ଯାଞ୍ଚ ହେଉଛି । ଗାଇଡ ଲାଇନ୍ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ଏପର୍ଯ୍ୟନ୍ତ କଟକକୁ ମୋଟ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ୩,୮୯୨ ହୋମ୍‌ ଓ ୯୪୯ ଜଣ ସରକାରୀ କ୍ବାରେଣ୍ଟାଇନରେ ଅଛନ୍ତି ।୨୬୦ ଜଣ ପ୍ରବାସୀ ପେଡ୍‌ କ୍ବାରେଣ୍ଟାଇନରେ ଅଛନ୍ତି । କଟକରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି CMC କମିସନର ଅନନ୍ୟା ଦାସ ।

Get real time updates directly on you device, subscribe now.