fbpx

ସୋରିଷ ତେଲର ଦରବୃଦ୍ଧି ନେଇ କ’ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ?

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । କରୋନା କାଳରେ ବି ଖାଇବା ତେଲର ଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ସୋରିଷ ତେଲର ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଛନ୍ତି ଯେ, ‘ସରକାର ଶୁଦ୍ଧତା ବଢାଇବା ଲାଗି ଅପମିଶ୍ରଣକୁ ବନ୍ଦ କରିଦେଇଛନ୍ତି । ସେଥିପାଇଁ ତେଲ ଦର ବୃଦ୍ଧି ପାଇଛି । ଏହା ଫଳରେ ପ୍ରକୃତ ଚାଷୀମାନେ ଉପକୃତ ହେବେ । ଖାଇବା ତେଲ ଦର ଉପରେ ଆମେ ନଜର ରଖିଛୁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ।

ତେବେ ଭୁବନେଶ୍ୱରରେ ପୁର୍ବରୁ ସୋରିଷ ତେଲ ଲିଟର ପିଛା ୧୫୫ରୁ ୧୬୫ ଟଙ୍କା ରହିଥିବାବେଳେ ଏବେ ଏହା ୧୭୫ରୁ ୧୯୩ ଟଙ୍କା ରହିଛି। ସେହିପରି ସନ୍‌ଫ୍ଲାଓ୍ବାର ତେଲ ଲିଟର ପିଛା ୧୪୦ରୁ ୧୬୫ ମଧ୍ୟରେ ପୂର୍ବରୁ ବିକ୍ରି ହେଉଥିବାବେଳେ ଏବେ ୧୫୦ରୁ ୧୭୫ରେ ବିକ୍ରି ହେଉଛି । ବାଦାମ ତେଲ ଦର ମଧ୍ୟ ବୃଦ୍ଧି ଘଟିଛି । ଗତ ମାସରେ ବାଦାମ ତେଲ ଲିଟର ପିଛା ୧୭୦ରେ ବିକ୍ରି ହେଉଥିବାବେଳେ ଏବେ ୧୮୦, ପାମୋଲିନ୍‌ ତେଲ ୧୧୫ରୁ ଏବେ ୧୩୫ ଏବଂ ବନସ୍ପତି ୧୨୫ରୁ ୧୪୦କୁ ବୃଦ୍ଧି ଘଟିଛି।

Get real time updates directly on you device, subscribe now.