fbpx

ଗେଟ୍ ଭିତରେ ସମାଜସେବୀ ପ୍ରମିଳା ଓ ତପସ୍ୱିନୀ କ’ଣ କରୁଛନ୍ତି, ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ କଳହ ଚରମସୀମାରେ ପହଞ୍ଚିଛି । ଗତକାଲି ଏସଡିଜେଏମ କୋର୍ଟ ପୁରୁଣା ରାୟକୁ ପୁନର୍ବାର ଦୋହରାଇଥିଲେ । ଏକ ଭଡ଼ାଘରେ ତପସ୍ୱିନୀଙ୍କୁ ରଖିବା ସହ ପ୍ରତିପୋଷଣ କରିବା ପାଇଁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତକାଲି କିଛି ମହିଳା ସୁମିତଙ୍କ ଘରର ମେନ୍ ଗେଟ ଭାଙ୍ଗି ଭିତରକୁ ପଶିଥିଲେ । ଏହି ଘଟଣା ପରେ ସେଠାରେ ଅତିରିକ୍ତି ଏସପି ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଆଜି ସୁମିତଙ୍କ ବାପା ପ୍ରମୋଦ ସାହୁ ଥାନାରେ ଏତଲା ଦେଇଛନ୍ତି ।
ତେବେ ଏହା ମଧ୍ୟରେ ସୁମିତଙ୍କ ଜେଜେ ମାଆ କହିଛନ୍ତି ଯେ, ତପସ୍ୱିନୀ ଓ ପ୍ରମିଳା ତ୍ରିପାଠି ଗତକାଲି ଆମ ଘର ଭିତରକୁ ଧସେଇ ପଶିବା ସହ ଆମକୁ ତାଲା ପକାଇ ରଖିଛନ୍ତି । ଆମେ ଅସୁସ୍ଥ ହୋଇପଡ଼ିଛୁ, ଆମକୁ ଏସପି, ଜିଲ୍ଲାପାଳ ଉଦ୍ଧାର କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ସମାଜସେବୀ ପ୍ରମିଳା ଗେଟ ଭିତରପଟୁ ଏକ ମୋଟା ଶିକୁଳି ଆଉ ତାଲା ଲଗାଇ ଦେଇଛନ୍ତି । ଚା’ ପଠାଇବା ପାଇଁ ସେ ଜ୍ୱାଇଁ ପୁଅ ସୁମିତଙ୍କୁ କହୁଥିବା ଭିଡିଓରେ ଦେଖାଯାଉଛି ।

Get real time updates directly on you device, subscribe now.