fbpx

ସ୍ୱପ୍ନରେ ହନୁମାନଙ୍କୁ ଦେଖିବା କ’ଣ ସଙ୍କେତ ଦେଇଥାଏ ?

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି । ସ୍ୱପ୍ନ ଦେଖିବା ଏକ ପ୍ରକୃତିକ କ୍ରିୟା ଅଟେ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର ଅର୍ଥ ରହିଛି । ଏହା କେତେବେଳ ଶୁଭ ତ ଆଉ କେତେବେଳେ ଅଶୁଭ ସଂକେତ ଦେଇଥାଏ । ଅଧିକାଂଶ ବ୍ୟକ୍ତି ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ପ୍ରଭୁ ହନୁମାନଙ୍କୁ ବିଭିନ୍ନ ରୂପରେ ଦେଖିବା କ’ଣ ସଂକେତ ଦେଇଥାଏ ।

୧. ସ୍ୱପ୍ନରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତି କିମ୍ବା ହନୁମାନ ମନ୍ଦିର ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ । କୌଣସି କାର୍ଯ୍ୟରେ ଶୀଘ୍ର ସଫଳତା ମିଳିବାର ସମ୍ଭାବନା ଦେଖାଦେଇଥାଏ । କୋର୍ଟ ମାମଲାରେ ଛନ୍ଦି ହୋଇଥିଲେ ଶୀଘ୍ର ଶୁଭ ଖବର ମିଳିଥାଏ ।

୨. ପ୍ରଭୁ ହନୁମାନଙ୍କ ରୌଦ୍ର ରୂପ ସ୍ୱପ୍ନରେ ଦେଖିଲେ ଭାବିନେବେ ଆପଣଙ୍କ ଦ୍ୱାରା କୌଣସି ଭୁଲ ହୋଇଛି । ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । ଏଭଳି ସ୍ଥିତିରେ ଶୀଘ୍ର ପ୍ରଭୁ ହନୁମାନଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ ପୂଜାର୍ଚ୍ଚନା ମାଧ୍ୟମରେ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତୁ ।

୩. ସ୍ୱପ୍ନରେ ପ୍ରଭୁ ହନୁମାନଙ୍କ ବାଳକ ସ୍ୱରୂପର ଦର୍ଶନ ହେଲେ ଆପଣଙ୍କୁ ଶୀଘ୍ର ସଫଳତା ମିଳିବ ବୋଲି ସୂଚାଇଥାଏ । କର୍ମକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତି ହେବାର ସମ୍ଭାବନା ଥାଏ ।

୪. ସ୍ୱପ୍ନରେ ପ୍ରଭୁ ହନୁମାନଙ୍କ ମାଙ୍କଡ଼ ସ୍ୱରୂପର ଦର୍ଶନ କରିବା ଶୁଭ ସଂକେତ ଦେଇଥାଏ । ପ୍ରତି କାର୍ଯ୍ୟରେ ପ୍ରଭୁ ଆପଣଙ୍କ ସାଥିରେ ଅଛନ୍ତି । ଜୀବନରେ ଦେଖାଯାଉଥିବା ସଂକଟ ଦୂରେଇ ଯିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ ।

୫. ସ୍ୱପ୍ନରେ ପଞ୍ଚମୁଖି ହନୁମାନଙ୍କୁ ଦେଖିବା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବା ସହ କାର୍ଯ୍ୟରେ ସଫଳତା ମିଳିବ ।

Get real time updates directly on you device, subscribe now.