fbpx
BSKY SKY
BSKY SKY

୩ ଦିନ ବହୁ କଠୋର ବୈଦିକ ନିୟମ ଭିତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ, କମ୍ବଳ ପାରି ଶୋଇବା ସହ ମାନିବେ ଏହିସବୁ ନିୟମ

BSKY

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ରାମଲଲାଙ୍କ ଆଗମନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ । ୨୨ ଜାନୁୟାରୀ ୨୦୨୪ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ଦେଖିବାକୁ ଆଯୋଧ୍ୟାରେ ଏବେ ଉତ୍ସବ ମାହୋଲ ଜାରି ରହିଛି । ପ୍ରାଣ ପ୍ରତିଷ୍ଠା ଲାଗି ମଙ୍ଗଳବାର ଠାରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହୋଇଯାଇଛି । ଏହି ସମସ୍ତ ପ୍ରସ୍ତୁତି ମଧ୍ୟରେ ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ମହାରାଜ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଧାର୍ମିକ କାର୍ଯ୍ୟକ୍ରମର ଶେଷ ୩ ଦିନ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଚୌକି ଉପରେ କମ୍ବଳ ବିଛାଇ ଶୋଇବେ ।

ପ୍ରଧାନମନ୍ତ୍ରୀ ମୋଦୀ ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରାଇବେ । ଏପରି ସ୍ଥିତିରେ ତାଙ୍କୁ ଏକାଧିକ ଧାର୍ମିକ ଓ ବୈଦିକ ନିୟମ ମାନିବାକୁ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଶେଷ ୩ ଦିନ କେବଳ କମ୍ବଳ ବିଛାଇ ଶୋଇବା ସହ କେବଳ ଫଳାହାର କରିବେ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ପଚାରଇଥିଲେ କି ତାଙ୍କୁ କ’ଣ କରିବାକୁ ହେବ । ରାମଲଲାଙ୍କ ଲାଗି କଠିନରୁ କଠିନତମ କାର୍ଯ୍ୟ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ତାଙ୍କୁ ବିଶେଷ ମନ୍ତ୍ର ଜପ କରିବାକୁ ହେବ ଯାହା ତାଙ୍କୁ କୁହାଯାଇଛି । ଏହା ବ୍ୟତିତ ତାଙ୍କ ପକ୍ଷରୁ କିଛି ଦାନ କରାଯିବ ଓ ଉପହାର ବି ପ୍ରଦାନ କରାଯିବ ।

ପ୍ରାଣପ୍ରତିଷ୍ଠା ଦିନ ମୁଖ୍ୟ ଯଜମାନ ରହିବେ ଅନିଲ ମିଶ୍ରା । ଗୋବିନ୍ଦଦେବ ମହାରାଜ କହିଛନ୍ତି ରାମଲଲାଙ୍କ ପ୍ରତିମାର ମୁଖ୍ୟବିନ୍ଦୁରେ ବାଳକ ଭାବ ସହିତ ଦେବ ଭାବ ବି ରହିବ । ସେ ଆହୁରି କହିଛନ୍ତି ଯେଉଁମାନେ ମନ୍ଦିର ଲାଗି ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତୀକ ରୂପରେ ଜଟାୟୁଜୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ସମସ୍ତ ପ୍ରତିମାର ପୂଜା ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦୀ କରିବେ ।

Get real time updates directly on you device, subscribe now.