fbpx

ରାତିରେ କେଉଁ ଖାଦ୍ୟ ଖାଇବା ଦ୍ଵାରା ଠିକରେ ନିଦ ହୁଏନି ? ଜାଣନ୍ତୁ

କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଏହାରିଭିତରେ ଅଧିକାଂଶ ଲୋକେ ସଠିକ ଭାବରେ ନିଦ ହେଉନଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି । କିନ୍ତୁ ଜୀବନଶୈଳୀ ଅପେକ୍ଷା ଆପଣଙ୍କ ଗ୍ରହଣ କରୁଥିବା ଆହାର ଏଥିପାଇଁ ଦାୟୀ ହୋଇଥାଏ । ତାବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କୁ ଠିକରେ ନିଦ ହୋଇନଥାଏ । ଯଦି ସୁଖନିଦ୍ରା ଚାହୁଁଛନ୍ତି ତେବେ ରାତ୍ରୀ ଭୋଜନରେ ଏହି ସବୁ ଖାଦ୍ୟ ଠାରୁ ନିଜକୁ ଦୂରରେ ରୁଖନ୍ତୁ-

ମସଲା ଜାତୀୟ ଖାଦ୍ୟ: ଅଧିକ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଏସିଡିଟି ହୋଇଥାଏ। ଏହା ଦ୍ଵାରା ଛାତି ଯନ୍ତ୍ରଣା ହୋଇଥାଏ। ହଜମ ଶକ୍ତି ମଧ୍ୟ ଖରାପ ହୋଇ ଲୁଜ୍ ମୋସନ ହୋଇପାରେ।

ସୋଡା କିମ୍ବା ମଦ: କିଛି ଲୋକ ଭାବନ୍ତି ଯେ ରାତିରେ ସୋଡା ଏବଂ ମଦ ପିଇବା ଦ୍ଵାରା ଭଲ ନିଦ ହୁଏ । ଏଭଳି କରିବା ଦ୍ଵାରା ଆପଣଙ୍କର ସ୍ଲିପ୍ ସାଇକେଲ ଖରାପ ହୋଇଥାଏ । ମଦ ଗଭୀର ନିଦ ଉପରେ ପ୍ରଭାବ ପକାଇଥାଏ । ସେହିପରି ସୋଡା ପିଇବା ଦ୍ଵାରା ଏସିଡିଟିର ସମସ୍ୟା ହୋଇପାରେ ।

ଚା କିମ୍ବା କଫି: ରାତିରେ ଶୋଇବା ସମୟରେ ଚା କିମ୍ବା କଫି ପିଇବା ଦ୍ଵାରା ନିଦ୍ରାହୀନତା ହୋଇଥାଏ । କାରଣ ଏଥିରେ ମାତ୍ରାଧିକ କଫିନ୍ ଥାଏ । ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହାନି କାରକ । କଫିନ ଆପଣଙ୍କ ନିଦ୍ରାହୀନତାର କାରଣ ହୋଇଥାଏ ।

ଗରିଷ୍ଠ ଭୋଜନ: ରାତିରେ ଗରିଷ୍ଠ ଭୋଜନ ଖାଇବା ଉଚିତ୍ ନୁହେଁ । କାରଣ ଏହା ବିଳମ୍ବରେ ହଜମ ହୋଇଥାଏ । ଫ୍ରେଞ୍ଚ୍ ଫ୍ରାଇଜ୍, ମାଂସ ଭଳି ଖାଦ୍ୟ ହେଉଛି ଗରିଷ୍ଠ ଭୋଜନ ।

ମଇଦା ଏବଂ ଚିଜ୍: ଏଥିରେ ବହୁତ କ୍ୟାଲୋରୀ ରହିଛି । ଏହା ସହ ଏଥିରେ ଫ୍ୟାଟି ଏସିଡ୍ ଏବଂ କର୍ବସ ରହିଛି । ତେଣୁ ପାସ୍ତା, ପିଜା, ଚିଜ୍ ବର୍ଗର ଭଳି ଖାଦ୍ୟ ରାତିରେ ଖାଇବା ଉଚିତ୍ ନୁହେଁ ।

ଆଇସକ୍ରିମ୍: ଯଦି ଆପଣ ରାତିରେ ଆଇସକ୍ରିମ୍ ଖାଉଛନ୍ତି ତେବେ ସାବଧାନ୍ । ଏହା ଆପଣଙ୍କ ଶରୀରରେ ସୁଗାର ମାତ୍ରା ବୃଦ୍ଧି କରିବ । ଫଳରେ ହୃଦରୋଗ ହେବାର ସମ୍ଭାବନା ରହିଛି । ତେଣୁ ରାତିରେ ଆଇସକ୍ରିମ୍ ଖାଇବା ଉଚିତ୍ ନୁହେଁ।

Get real time updates directly on you device, subscribe now.