ପିତାମାତାଙ୍କ କେଉଁ କେଉଁ ଅଭ୍ୟାସ ପିଲାଙ୍କ ମନରେ ଆଘାତ ଦେଇଥାଏ ? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

କଥାରେ ଅଛି ଛୋଟ ପିଲାଙ୍କ ହୃଦୟ ଫୁଲ ଭଳି କୋମଳ ହୋଇଥାଏ । ତେଣୁ ତାଙ୍କ କୋମଳ ହୃଦୟ କୁ ଖୁବ ଶୀଘ୍ର ଆଘାତ ଲାଗିଥାଏ । ବେଳେବେଳେ ଏହି ଆଘାତ ଏତେ ଗଭୀର କ୍ଷତ ଦେଇଥାଏ ଯେ ଯାହାକି ମାନସିକ ପୀଡା ଆଡକୁ ଟାଣି ନେଇଥାଏ । ବଡ଼ ହେବା ପରେ ମଧ୍ୟ ଏହା ସେମାନଙ୍କୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରିଥାଏ ।

ଏଥିପାଇଁ ଅନେକ ସମୟରେ ପିଲା ମାନଙ୍କର ପାରିପାର୍ଶ୍ଵିକ ପରିସ୍ଥିତି ଓ ପିତାମାତା ଦାୟୀ ରହି ଥାଆନ୍ତି ବୋଲି ରିସର୍ଚ୍ଚ ରେ ଖୁଲାସା ହୋଇଛି। ଯାହାକି ଛୋଟ ବେଳରୁ ପିଲାଙ୍କ କୋମଳ ହୃଦୟରେ ଗଭୀର ଆଘାତ ଦେଇଥାଏ ବୋଲି ଶିଶୁ ମନୋବିଜ୍ଞାନୀ ମାନେ ମତ ଦେଇଛନ୍ତି । ସେଥିପ୍ରତି ପ୍ରତ୍ୟେକ ମାତାପିତା ଙ୍କୁ ସନ୍ତାନ ମାନଙ୍କ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ମଧ୍ୟ ଡିଜାଇଛି ।

ପିତାମାତା ଙ୍କ କେଉଁ କେଉଁ ଅଭ୍ୟାସ ପିଲାଙ୍କ ମନରେ ଆଘାତ ଦେଇଥାଏ –
– ଅନେକ ସମୟରେ ମାତାପିତାଙ୍କ ବ୍ୟବହାର ପିଲା ମାନଙ୍କ ପ୍ରତି ଏପରି ପରିସ୍ଥିତି ସୃଷ୍ଟି କରିଥାଏ ଯାହାକି ତାଙ୍କୁ ଖୁବ କଷ୍ଟ ଦେଇଥାଏ । ମାତାପିତା ନିଜର ମାନସିକ ଚିନ୍ତା କୁ ଦୂର କରିବା ପାଇଁ ଯେ କୌଣସି ସ୍ଥାନରେ ପିଲା ମାନଙ୍କ ଉପରେ ଚିଲେଇ କଥାବାର୍ତା କରି ଥାଆନ୍ତି । ଏହାଦ୍ୱାରା ପିଲାମାନେ ଛୋଟ ଛୋଟ କଥାରେ ଅନେକ ସମୟରେ ମିଛ ର ସାହାଯ୍ୟ ନେଇ ଥାଆନ୍ତି ।

– ବଡ଼ ହୁଅନ୍ତୁ ସାନ ହୁଅନ୍ତୁ କଦାପି ଚାହିଁ ନଥାଆନ୍ତି ଅଜଣା ଲୋକ ଙ୍କ ସମୁଖରେ ତାଙ୍କର ନିନ୍ଦା ହେଉ । ଯଦି ପିଲାଙ୍କ ସହିତ ଏହା ଘଟିଥାଏ ତେବେ ଏହା ତାଙ୍କର କୋମଳ ମନରେ ଆଘାତ ଦେଇଥାଏ । ଏହାଦ୍ୱାରା ପିଲା ମାନଙ୍କ ର ଆତ୍ମବିଶ୍ୱାସ ର ହାନି ହୋଇଥାଏ । ଏବଂ ପିଲା ମାନସିକ ଚାପର ଶିକାର ହୋଇଥାଏ ।

– ଅନେକ ସମୟରେ ପିଲାମାନେ ନିଜ ସାଙ୍ଗ ମାନଙ୍କୁ କିଛି କରୁଥିବାର କିମ୍ବା ଟିଭି ରେ କିଛି ଦେଖି କରିବାକୁ ଚେଷ୍ଟା କରି ଥାଆନ୍ତି । ଅନେକ ସମୟରେ ପିଲା ମାନେ ଏତେ ଅଧିକ ମାତ୍ରାରେ ଏଭଳି କାର୍ଯ୍ୟକୁ ମନରେ ଭାବି ନିଅନ୍ତି ଯେ ସେମାନେ ନିଜେ କରିବାକୁ ଭାବି ଥାଆନ୍ତି । ଏପରି ସମୟରେ ଯଦି ତାହା ଗୋଟିଏ କିଛି ଇନୋଭେଟିବ କାର୍ଯ୍ୟ ତେବେ ପିତାମାତା ଉଭୟ ତାହାକୁ ପ୍ରୋତ୍ସାହିତ କରିବା ଜରୁରୀ । ଯଦି କିଛି ଭୁଲ କାର୍ଯ୍ୟ ତେବେ ବୁଝାଇ ସୁଝାଇ ଦୁରେଇ ରଖିବା ଜରୁରୀ ।

– ପିତାମାତା ପିଲା ମାନଙ୍କ ଇମୋସନ କୁ ବୁଝି ତାଙ୍କୁ ଆଦର ଓ ସ୍ନେହ କରିବା ଆବଶ୍ୟକ । ପ୍ରତ୍ୟେକ କାର୍ଯ୍ୟରେ ସ୍ନେହ ଆଦର ଦେଖାଇବା ପରିବର୍ତେ ଯଦି ଚିତ୍କାର ଛାଡି ରାଗିବା ଆରମ୍ଭ କରିବେ ତେବେ ପିଲାଙ୍କ ନିକଟରେ ଆପଣ ସର୍ବଦା ଗୋଟିଏ ଦୋଷୀ ହୋଇ ରହିଯିବେ ଏବଂ ଏହା ପିଲାଙ୍କ ଭବିଷ୍ୟତ କୁ ପ୍ରଭାବିତ କରିବ ।

– ପିତାମାତା ନିଜ ମଧ୍ୟରେ ଯେବେବି ପାଟିତୁଣ୍ଡ ହେଉଛନ୍ତି ସେତେବେଳେ ପିଲା ମାନଙ୍କ ସମୁଖରେ କ୍ରୋଧ କୁ ସମ୍ବରଣ କରନ୍ତୁ। ନଚେତ ଏହା ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ପିଲାମାନେ ଭୟଭୀତ ହୋଇ ରହି ଥାଆନ୍ତି ।ନିଜ ମନର ଭାବନା ଅନ୍ୟ ନିକଟରେ ପ୍ରକାଶ କରନ୍ତି ନାହିଁ ଓ ମାନସିକ ଚାପରେ ପ୍ରଭାବିତ ହୋଇ ଥାଆନ୍ତି ।

– ପିଲାମାନେ ନିଜ ଭୁଲ ରୁ ସବୁକିଛି ଶିକ୍ଷା ଗ୍ରହଣ କରନ୍ତି । ତେଣୁ ସେମାନଙ୍କୁ ଶିଖିବା ପାଇଁ ପ୍ରୋତ୍ସାହିତ କରିବା ଜରୁରୀ । ଏହାଦ୍ୱାରା ପିଲା ମାନଙ୍କର ବୁଦ୍ଧି ର ବିକାଶ ହୋଇଥାଏ ।