fbpx

ମେ ୩ ପରେ କଣ?

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର):ମେ ୩ ତାରିଖ ପରେ ସାରା ଦେଶରେ ଲକଡାଉନ୍ ଅବଧି ଆଉ ବଢିବ ନାହିଁ । ବରଂ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇ, ସ୍ଥିତିକୁ ସ୍ୱାଭାବିକ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଆସନ୍ତା ୪ ତାରିଖ ବେଳକୁ କୋଭିଡ-୧୯ ବିରୋଧରେ ଲଢେଇ କରିବା ପାଇଁ ନୂଆ ଗାଇଡଲାଇନ୍ ଆସିବ ।

ଏହି ଗାଇଡଲାଇନରେ ଏକାଧିକ ଜିଲ୍ଲାରେ ଅନେକ କୋହଳ ନୀତି ପାଳନ କରାଯିବ । ଗାଇଡଲାଇନରେ କଣ ରହିବ ସେ ନେଇ ଖୁବଶୀଘ୍ର ସମସ୍ତଙ୍କୁ ଅବଗତ କରାଇ ଦିଆଯିବ ବୋଲି କୁହାଯାଇଛି । ଆଉ ୪ ଦିନ ପରେ ଦେଶରେ କରୋନା ପାଇଁ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ୍ ଅବଧି ଶେଷ ହେବ । ଏହାପରେ ପୁଣିଥରେ ସମଗ୍ର ଦେଶରେ ଲକଡାଉନ୍ ଅବଧି ବଢିବ କି ନାହିଁ , ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଚର୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ।

Get real time updates directly on you device, subscribe now.