fbpx
BJD
BJD SKY
BJD SKY

‘Click here’ କ’ଣ? ଏହା ଏକ୍ସରେ କାହିଁକି କରୁଛି ଟ୍ରେଣ୍ଡ, ଜାଣନ୍ତୁ ଡିଟେଲ୍ସ

BJD

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଚଳାଉଛନ୍ତି ତେବେ ଏକ ଫଟୋ ଟ୍ରେଣ୍ଡ କରୁଥିବା ନିଶ୍ଚିତ ଦେଖୁଥିବେ । ଏହି ଫଟୋରେ କ୍ଲିକ ହିୟର ବ୍ଲାକ କଲର ଲେଟରରେ ଲେଖାଯାଇଛି । ଏଥି ସହ ଏକ ତୀର ମଧ୍ୟ ଚିହ୍ନଟ କରାଯାଇଛି ଏବଂ ବାମ ପାଶ୍ୱର୍ର ନିମ୍ନ ଭାଗରେ ଛୋଟ ଅଲ୍ଟ ଲେଖାଯାଇଛି । ଯଦି ଏହି ଅଲ୍ଟକୁ କୌଣସି ବ୍ୟକ୍ତି କ୍ଲିକ କରୁଛି ଏକ ମେସେଜ ଦେଖିବାକୁ ମିଳୁଛି ।

ଏହା ଏକ ଏପରି ମେସେଜ, ଯାହା ଅଲ୍ଟ ଶବ୍ଦ ଉପରେ କ୍ଲିକ କରିବା ପରେ ଦେଖାଯାଉଛି । ଯଦି ଆପଣ ଅଲ୍ଟରେ କ୍ଲିକ କରିବେ ନାହିଁ ତେବେ ଆପଣଙ୍କୁ କେବଳ ଫଟୋ ଦେଖାଯିବ, ହେଲେ ସେଥିରେ ମେସେଜ ଦେଖାଯିବନି । ତେବେ କ୍ଲିକ ହିୟର ଟ୍ରେଣ୍ଡ ଆରମ୍ଭ ହେବା ପରେ କେବଳ ସାଧାରଣ ଲୋକେ ନୁହେଁ ବଡ-ବଡ ରାଜନୈତିକ ପାର୍ଟୀମାନଙ୍କ ଠାରୁ ନେଇ ସ୍ପୋର୍ଟସ କ୍ଲବ, ଫୁଟବଲ ଟିମ ଏବଂ ଫିଲ୍ମ ଷ୍ଟାର ମଧ୍ୟ ଏଥିରେ ଭାଗ ନେଇଛନ୍ତି ।

ତେବେ ଏହା ଏକ ଟେକ୍ସଟ ଫିଚର ଅଟେ, ଯାହାକୁ ଏକ୍ସ ବହୁ ପୂର୍ବରୁ ଆରମ୍ଭ କରିଥିଲା । ଏହି ସାହାଯ୍ୟରେ ବ୍ୟକ୍ତିଙ୍କ ଫଟୋ ସେୟାର କରିବା ସମୟରେ ସେହି ବିଷୟରେ ଲେଖିପାରିବେ । ଅଲ୍ଟ ଟେକ୍ସଟ ଫିଚର ଭାବେ କୌଣସି ଫଟୋରେ ଏକ ହଜାର ଅକ୍ଷର ପର୍ଯ୍ୟନ୍ତ ମେସେଜ ଲେଖାଯାଇପାରିବ ।

ଏକ୍ସ କହିବାନୁଯାୟୀ, ଏହି ଫିଚର ସହାୟତାରେ କଣ୍ଟେଣ୍ଟ ଅଧିକ ଲୋକଙ୍କ ପାଖକୁ ପହଁଚୁଛି ଏବଂ ଏହା ସେହି ଲୋକଙ୍କ ପାଇଁ ମଧ୍ୟ ସହାୟତା ପ୍ରମାଣିତ ହେବ ଯେଉଁମାନେ କମ ବା ବିଲକୁଲ ଦେଖିପାରୁନାହାନ୍ତି । ଏହି ଅଲ୍ଟ ଟେକ୍ସଟ ଫିଚର ଏକ୍ସରେ ୨୦୧୬ ମସିହାରେ ପରିଚିତ ହୋଇଥିଲ।। ।

ଏକ୍ସପର୍ଟଙ୍କ କହିବାନୁଯାୟୀ, ଅଲ୍ଟ ଟେକ୍ସ ଫିଚର ସେହି କ୍ଷେତ୍ରର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ବୋଲି ପ୍ରମାଣିତ ହେବ, ଯେଉଁଠାରେ ଇଣ୍ଟରନେଟ ସ୍ପିଡ କମ ହେବ ।

Get real time updates directly on you device, subscribe now.