fbpx

ସହଜରେ ଲିଭିନଥାଏ ଭୋଟରଙ୍କ ହାତରେ ଲାଗୁଥିବା କାଳି, ଜାଣନ୍ତୁ ଏଥିରେ କେଉଁ କେମିକାଲ ରହିଛି ?

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତତି ଜାରି ରହିଥିବା ବେଳେ ସାଧାରଣ ଜନତା ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ମତଦାନ ପରେ ଆଙ୍ଗଠିରେ ଏକ ପ୍ରକାର କାଳି ଲଗାଯାଏ ଯାହା ସହଜରେ ଛାଡ଼ି ନଥାଏ । ଆପଣମାନେ କେବେ ଭାବିଛନ୍ତି ଏଥିରେ କେଉଁ ରାସାୟନିକ ପଦାର୍ଥ ରହିଛି ? ତେବେ ଆସନ୍ତୁ ଜାଣିବା ଏହି କାଳି କେଉଁଠି ଏବଂ କିପରି ତିଆରି ହୋଇଥାଏ ।
ଭୋଟିଂ ବୁଥରେ ମତଦାନ ପରେ ସରକାରୀ କର୍ମଚାରୀମାନେ ମତଦାତାଙ୍କ ବାମ ହାତର ଆଙ୍ଗଳିରେ Electoral Ink ଲଗାଇଥାନ୍ତି । ଏହାକୁ Indelible Ink ମଧ୍ୟ କୁହାଯାଏ । ଏହା ସୁନିଶ୍ଚିତ କରିଥାଏ ଯେ ଜଣେ ଭୋଟର ଏକାଧିକ ଥର ଭୋଟ ଦେଇପାରିବେ ନାହିଁ । ଏହି କାଳି ସହଜରେ ଛାଡ଼ି ନଥାଏ ।
୧୯୫୧ ମସିହାରେ ଦେଶରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଠାରୁ ମତଦାତାଙ୍କ ବାମ ହାତର ତର୍ଜନୀ ଆଙ୍ଗୁଳିରେ କାଳି ଲଗାଇବା ପରମ୍ପରା ଆରମ୍ଭ ହୋଇଥିଲା । ନିର୍ବାଚନରେ ସ୍ୱଚ୍ଛତା ଏବଂ ନକଲି ଭୋଟରଙ୍କୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ସେତେବେଳେ କୌଣସି ଭୋଟର କାର୍ଡ଼ କିମ୍ବା ପରିଚୟ ପତ୍ର ନଥିଲା ତେଣୁ ସେହି ପରମ୍ପରା ଆଜି ଯାଏଁ ଚାଲିଛି ।

କେଉଁଠି ତିଆରି ହୋଇଥାଏ ଏଭଳି କାଳି?

ଏଭଳି କାଳି କର୍ଣ୍ଣାଟକର ବିଶିଷ୍ଟ କମ୍ପାନୀ ମୈସୁର ପେଣ୍ଟ ଆଣ୍ଡ୍ ୱାର୍ନିଶ ଲିମିଟେଡ୍ ତିଆରି କରିଥାଏ । ଦେଶରେ Electoral Ink ତିଆରି କରିବାର ଲାଇସେନ୍ସ କେବଳ ଏହି କମ୍ପାନୀକୁ ମିଳିଛି । ଏହି କମ୍ପାନୀ ଆନେକ ପ୍ରକାର ପେଣ୍ଟ ତିଆରି କରିଥାଏ କିନ୍ତୁ Electoral Ink ତିଆରି କରିବା ଏହାର ମୁଖ୍ୟ ପରିଚୟ ଅଟେ । କମ୍ପାନୀ ଏହି ‘କାଳି’କୁ ବହୁ ପରିମାଣରେ ବିକ୍ରି କରିନଥାଏ । ଏହା କେବଳ ସରକାର କିମ୍ବା ନିର୍ବାଚନ ସମ୍ବନ୍ଧୀୟ ଏଜେନ୍ସିମାନଙ୍କୁ ଯୋଗାଇ ଦିଆଯାଏ ।

Electoral Ink ପାଇଁ କେଉଁ ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ ?

Electoral Ink ତିଆରି କରିବା ପାଇଁ Silver Nitrate ରାସାୟନିକର ବ୍ୟବହାର ହୋଇଥାଏ । ଏହା ଜଳର ସମ୍ପର୍କରେ ଆସିବା ପରେ କଳା ହୋଇଯାଏ । ଆଙ୍ଗୁଳିରେ ଲାଗିଥିବା ଏହି କାଳି ଶରୀରରେ ଥିବା ଲୁଣ ସହ ମିଶି ସିଲଭର କ୍ଲୋରାଇଡ୍ ସୃଷ୍ଟି କରେ ଯାହା କଳା ରଙ୍ଗର ହୋଇଯାଏ । ଏହା ସହଜରେ ପାଣିରେ ମିଶିନଥାଏ । ଏହି ବିଶେଷ ପ୍ରକାର କାଳିରେ ଆଲକୋହଲ ମଧ୍ୟ ରହିଥାଏ ଯାହା ୪୦ ସେକେଣ୍ଡ୍ ପରେ ଶୁଖିଯାଏ । କହିରଖୁଛୁ ଭାରତ ବ୍ୟତୀତ ପ୍ରାୟ ୩୦ରୁ ଅଧିକ ଦେଶ ମୈସୁର ପେଣ୍ଟ ଆଣ୍ଡ୍ ୱାର୍ନିଶ ଲିମିଟେଡ୍ ଦ୍ୱାରା ନିର୍ମିତ ନିର୍ବାଚନୀ କାଳିର ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ୨୫ରୁ ଉର୍ଦ୍ଧ୍ୱ ଦେଶକୁ ରପ୍ତାନି ହୋଇଥାଏ ଏହି ନିର୍ବାଚନୀ କାଳି ।

Get real time updates directly on you device, subscribe now.