fbpx
BSKY SKY
BSKY SKY

Breaking; ଶଙ୍ଖ ଧରିଲେ ଚିରଞ୍ଜୀବ ବିଶ୍ୱାଳ-ସୁକାନ୍ତ ନାୟକ: ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଥିଲେ ଉଭୟ ନେତା

BSKY

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚରଞ୍ଜୀବ ବିଶ୍ୱାଳ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବରେ ଶଙ୍ଖ ଭବନରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି ଚିରଞ୍ଜୀବ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଚିରଞ୍ଜୀବ ବିଜେଡିରେ ସାମିଲ ହୋଇଛନ୍ତି ।୨୦୦୪ ମସିହାରୁ ୨୦୦୯ ପର୍ଯ୍ୟନ୍ତ ତିର୍ତ୍ତୋଲରୁ ବିଦାୟକ ପଦରେ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜଗତସିଂହପୁରରୁ ବିଦାୟକ ରହିଥିଲେ ଚିରଞ୍ଜୀବ । କିନ୍ତୁ ଗତକାଲି ସେ କଂଗ୍ରେସରୁ ଇସ୍ତପା ଦେଇଥିବା ବେଳେ ଆଜି ବିଧିବଦ୍ଧ ଭାବରେ ବିଜେଡି ସହ ସାମିଲ ହୋଇଛନ୍ତି । ତେବେ ବିଶ୍ୱାଳ ବିଜେଡିରେ ସାମିଲ ହେବା ପରେ ଦଳ ଏବେ ତାଙ୍କୁ କେଉଁ ଦାୟିତ୍ୱ ଦେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହା ସହିତ ନୀଳଗିରିର ପୂର୍ବତନ ବିଜେପି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିର ହାତ ଧରିଛନ୍ତି । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପରେ ଆଜି ନିଜ ସମର୍ଥକଙ୍କ ସହ ଆସି ଶଙ୍ଖ ଧରିଛନ୍ତି ସୁକାନ୍ତ । ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.