fbpx
BJD SKY
BJD SKY

କାନ୍ଧରେ ଲଗାତର ଯନ୍ତ୍ରଣା ହେଉଥିଲେ ଏହାକୁ ଭାବନ୍ତୁନି ସାମାନ୍ୟ , ହୋଇପାରେ ଏହିି ଗମ୍ଭୀର ରୋଗର ଲକ୍ଷଣ

BJD

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଠିକ୍ ସମୟରେ ଖାଇବା, ପିଇବା ଓ ଶୋଇବା ସମ୍ଭବ ହୋଇପାରୁନାହିଁ । ଆମେ କେବଳ ସବୁ ସମୟରେ କିଛି ନା କିଛି କାମରେ ବ୍ୟସ୍ତ ରହୁଛୁ । ଏପରି ସ୍ଥିତିରେ ବହୁ ସମୟରେ ଆମ ଶରୀରରେ ଯନ୍ତ୍ରଣା ହେବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । କିନ୍ତୁ କାନ୍ଧ କିମ୍ବା ଅଣ୍ଟାରେ ହେଉଥିବା ଯନ୍ତ୍ରଣାକୁ କେବେ ବି ସାଧାରଣ ଭାବିବା ଅନୁଚିତ । ଏହି କ୍ରମରେ ଆଜି ଆମେ ଏପରି ଏକ ସମସ୍ୟା ବିଷୟରେ କହିବାକୁ ଯାଉଛୁ ଯାହାକୁ ଫ୍ରୋଜେନ ସୋଲଡର ସମସ୍ୟା କୁହାଯାଏ ।
କ’ଣ ଏହି ଫ୍ରୋଜେନ୍ ସୋଲଡର:
ତିନି ପ୍ରକାର ହାଡ ଏକାଠି ହୋଇ ଯେଉଁ ଗଣ୍ଠି ସୃଷ୍ଟି କରିଛନ୍ତି ତାହା ହେଉଛି କାନ୍ଧ ଯାହା ବେକକୁ ହାତ ସହ ଯୋଡିଥାଏ ଓ ଦୈନିକ ଏକାଧିକ କାମରେ ଆମର ସହାୟତା କରିଥାଏ । ଏହାର ବ୍ୟବହାର ଆମେ ଦିନରେ ଅଗଣିତ ଥର କରିଥାଉ । ଯଦି ଏହି ସ୍ଥାନରେ ଯନ୍ତ୍ରଣା ହେଲା ତ ସବୁ କାମ ଅଟକି ଯାଇଥାଏ । ସାମାନ୍ୟ ଯନ୍ତ୍ରଣା ତ କିଛି ବି କାରଣରୁ ହୋଇଥାଏ କିନ୍ତୁ ଯେତେବେଳେ ଏହା ଆମର କାନ୍ଧକୁ ପୁରା ଷ୍ଟିଫ୍ କରିଦିଏ ବା ଅଚଳ କରିଦିଏ ଏହାକୁ ଫ୍ରୋଜେନ ସୋଲଡର ପ୍ରୋବ୍ଲେମ କୁହାଯାଏ । ୪୦ରୁ ୬୦ ବର୍ଷର ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦିଏ ।
ଯେତେବେଳେ କାନ୍ଧର ଗଣ୍ଠି ନିକଟବର୍ତ୍ତୀ ସଂଯୋଜକ ଟିସୁ ସଂକ୍ରମିତ, ଆଘାତପ୍ରାପ୍ତ କିମ୍ବା ଜାମ୍ ହୋଇଯାଏ ସେତେବେଳେ କାନ୍ଧକୁ ହଲାଇବାରେ ବି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ସମସ୍ୟାକୁ ଫ୍ରୋଜେନ ସୋଲଡର କୁହାଯାଏ ।
କାରଣ:
-ଗୋଟିଏ ପ୍ରକାର ଭଙ୍ଗୀରେ ଦୀର୍ଘ ସମୟ ଧରି ବସି ରହିବା ।
-କୌଣସି ଦୁର୍ଘଟଣା କାରଣରୁ ହାତକୁ ହଲାଇ ନ ପାରିବା
-କୌଣସି ପ୍ରକାର ବ୍ୟାୟାମ ବା ଶାରୀରିକ ଗତିବିଧି ନ କରିବା
-ଡାଇବେଟିସ
-ଅନିୟନ୍ତ୍ରିତ ଥାଇରଏଡ୍
ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଜଣେ ଭଲ ଫିଜିଓଥେରାପିଷ୍ଟ କିମ୍ବା ଅର୍ଥୋପେଡିକ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.