fbpx

ଶେୟାର ମାର୍କେଟରେ ଭୟଙ୍କର ସୁନାମୀ: ନିବେଶକ ହରାଇଲେ ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଶେୟାର ବଜାରରେ ଏକ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି । ସେନସେକ୍ସ ଓ ନୀଫ୍ଟିରେ ଭୟଙ୍କର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ୧୦୦ ଅଙ୍କରୁ ଖସି ୬୫,୫୦୦ ତଳେ ରହିଥିବା ବେଳେ ନୀଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ଖସିଥିବା ଜଣାପଡ଼ିଛି । ଶେୟାର ବଜାରରେ ଦେଖାଦେଇଥିବା ଏହି ଭୟଙ୍କର ସୁନାମୀ ଫଳରେ ନିବେଶକମାନେ ୫ ଲକ୍ଷ କୋଟିରୁ ଅଧିକ ଅର୍ଥ ହରାଇଛନ୍ତି ।

ସେନସେକ୍ସ ଓ ନୀଫିର ପ୍ରମୁଖ ଇଣ୍ଡେକ୍ସରେ ୧.୫ ପ୍ରତିଶତ ହ୍ରାସ ଘଟିଥିଲା । ସେନସେକ୍ସରେ ୧୦୦୦ ଅଙ୍କ ହ୍ରାସ ଘଟିବା ସହିତ ନୀଫ୍ଟିରେ ୩୦୦ ପଏଣ୍ଟ ହ୍ରାସ ଘଟି କାରବାର ହୋଇଥିଲା । ଶେୟାର ବଜାରରେ ଆଜି ଚାରିଆଡ଼କୁ ଲାଲ ପ୍ରତୀକ ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ସେନସେକ୍ସ ୧,୦୧୩.୨୨ ଅଙ୍କା ବା ୧.୫୨ ପ୍ରତିଶତ ହ୍ରାସ ଘଟି ୬୫,୪୪୬.୦୯ ସ୍ତରକୁ ଚାଲିଆସିଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନୀଫ୍ଟି ୩୦୦.୬୦ ଅଙ୍କ ବା ୧.୫୨ ପ୍ରତିଶତ ହ୍ରାସ ଘଟି ୧୯,୪୩୨.୯୫ର ସ୍ତରକୁ ଚାଲିଆସିଥିଲା ।

ବ୍ୟାଙ୍କ ନୀଫ୍ଟିରେ ମଧ୍ୟ ଜବରଦସ୍ତ ହ୍ରାସ ପରିଲକ୍ଷିତ ହୋଇଥିଲା । ଆଜି ୮୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟି କାରବାର ହୋଇଥିଲା । ବ୍ୟାଙ୍କ ନୀଫ୍ଟି ୮୬୩ ଅଙ୍କ ବା ୧.୮୯ ପ୍ରତିଶତ ହ୍ରାସ ସହ ୪୪,୭୨୯ ସ୍ତରକୁ ଖସି ଆସିଥିଲା । ଆଜି ନିବେଶକମାନେ ୫ ଲକ୍ଷ ଟଙ୍କାର କ୍ଷତି ସହିଥିଲେ । ଗତ ୧ ତାରିଖରେ ମାର୍କେଟ କ୍ୟାପିଟାଲାଇଜେସନ ୩୦୬.୮୦ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଆଜି ତାହା ହ୍ରାସ ଘଟି ୩୦୧.୬୯ ଲକ୍ଷ କୋଟି ଟଙ୍କା ହୋଇଯାଇଛି ।

Get real time updates directly on you device, subscribe now.