fbpx
BJD SKY
BJD SKY

ହିନ୍ଦ ମହାସାଗରରେ ବିଶାଳକାୟ ଗର୍ତ୍ତ, ୭୫ ବର୍ଷ ଧରି ରହସ୍ୟ ହୋଇ ରହିଥିବା ଏହି ଗର୍ତ୍ତ ଉପରୁ ପରଦା ହଟାଇଲେ ଭାରତୀୟ ବୈଜ୍ଞାନିକ

BJD

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ଏପରି ବହୁ ରହସ୍ୟ ରହିଛି ଯାହା ଉପରୁ ପର୍ଦ୍ଦା ହଟାଇବାକୁ ବୈଜ୍ଞାନିିକଙ୍କୁ ବର୍ଷ ପରେ ବର୍ଷ ଲାଗିଯାଇଛି । ଏପରି ସ୍ଥିତିରେ ହିନ୍ଦ ମହାସାଗରରେ ୧୯୪୮ରେ ମିଳିଥିବା ଏକ ବିଶାଳକାୟ ଗର୍ତ୍ତ ରହସ୍ୟର ବିଷୟ ହୋଇ ରହିଛି । ଏହି ଗର୍ତ୍ତର ସନ୍ଧାନ ଡଚ୍ ଜିଓଫିଜିଷ୍ଟ ଫେଲିକ୍ସ ଆଣ୍ଡ୍ରିଜ୍ ଭେନିଂ ମେନେଜ୍ କରିଥିଲେ । କିନ୍ତୁ ଏବେ ଭାରତୀୟ ବୈଜ୍ଞାନିକ ଏହାର ରହସ୍ୟ ଉପରୁ ପରଦା ହଟାଇଛନ୍ତି ।

ଏହି ଗର୍ତ୍ତକୁ ଇଣ୍ଡିଆନ ଓସେନ୍ ଜିଓଡ୍ ଲୋ(ଆଇଓଜିଏଲ୍) କୁହାଯାଉଛି । ଏହା ୨ ଲକ୍ଷ ବର୍ଗ ମାଇଲରେ ବ୍ୟାପି ରହିଛି ଓ ଏହା ପୃଥିବୀର ଉପର ଭାଗରୁ ୬୦୦ ମାଇଲ ଅର୍ଥାତ୍ ୯୬୦ କିଲୋମିଟର ତଳକୁ ରହିଛି । ଏହି କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ବହୁତ କମ୍ ରହିଛି ।

ଭାରତୀୟ ଭୂ ବୈଜ୍ଞାନିକ ଦେବାଞ୍ଜନ ପାଲ ଓ ଅତ୍ରେୟୀ ଘୋଷ ଏହି ରହସ୍ୟମୟୀ ଗର୍ତ୍ତ ବିଷୟରେ ଅଧ୍ୟୟନ କରିଛନ୍ତି । ସେମାନେ କହିଛନ୍ତି ଦୀର୍ଘ ସମୟ ଧରି ନିର୍ମାଣ ହୋଇଥିବା ଏହି ଗର୍ତ୍ତର ରହସ୍ୟ ମଧ୍ୟ ଏହାରି ମଧ୍ୟରେ ହିଁ ରହିଛି । ଏହି ଗର୍ତ୍ତ ପ୍ରାୟ ୨୯ ମିଲିୟନ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଯେତେବେଳେ ହିନ୍ଦ ମହାସାଗର ସୃଷ୍ଟି ହୋଇଥିଲା । ବୈଜ୍ଞାନିକ କହିଛନ୍ତି ଯେତେବେଳେ ହିନ୍ଦ ମହାସାଗର ନିର୍ମାଣ ହୋଇଥିଲା ସେତେବେଳେ ପୃଥିବୀ ଗର୍ଭରୁ ହାଲକା ଘନତ୍ୱ ଓ ଦ୍ରବ୍ୟମାନ ପଦାର୍ଥ ବାହାରକୁ ଆସିଥିଲା ଯେଉଁ କାରଣରୁ ହିନ୍ଦ ମହାସାଗରରେ ଏପରି ଗର୍ତ୍ତ ନିର୍ମାଣ ହୋଇଥିଲା । ଏହି କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ବହୁତ କମ୍ ରହିଥାଏ । ତେବେ ଏହି ହାଲକା ପଦାର୍ଥ ପୃଥିବୀର ଯେଉଁ ଭାଗରୁ ଆସୁଅଛି ତାହା ଆଉ କିଛି ନୁହେଁ ବରଂ ଲକ୍ଷ ବର୍ଷ ପୂର୍ବେ ଦବି ଯାଇଥିବା ଟେଥିସ୍ ସମୁଦ୍ରର ଅଂଶ ।

Get real time updates directly on you device, subscribe now.