fbpx

ହାତରେ ଚାର୍ଜ ହେବ ସ୍ମାର୍ଟଫୋନ୍‌, ବିଜୁଳି କି ପାୱାର ବ୍ୟାଙ୍କର ପଡିବନି ଆବଶ୍ୟକତା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆମ ଲାଇଫଷ୍ଟାଇଲରେ ଏକ ଜରୁରୀ ଅଂଶ ପାଲଟିଯାଇଛି । ସାଙ୍ଗ ସାଥି ପରିବାର ଲୋକଙ୍କ ସହ ସଂପର୍କରେ ରହିବା ଠାରୁ କିଣାବିକା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ମୋବାଇଲର ଆବଶ୍ୟକ ପଡିଥାଏ । କିନ୍ତୁ ଯଦି ସ୍ମାର୍ଟଫୋନ୍ ସୁଇଚ୍ ଅଫ୍ ହୋଇଯାଏ ତେବେ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ପ୍ରକାର ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ ଲୋକ ସାଥିରେ ଚାର୍ଜର କିମ୍ବା ପାୱାରବ୍ୟାଙ୍କ ଧରି ବାହାରକୁ ଯାଇଥାନ୍ତି । ତେବେ ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ଏକ ଡିଭାଇସ୍ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗରେ ଆପଣ ନିଜ ମୋବାଇଲକୁ କେଉଁଠି ବି ଚାର୍ଜ କରିପାରିବେ । ଏଥିପାଇଁ ବିଜୁଳି ସକେଟ୍‌ର ଆବଶ୍ୟକତା ପଡିବ ନାହିଁ ।

ଏଠାରେ ଆମେ ଆପଣଙ୍କୁ ଏକ ହ୍ୟାଣ୍ଡ କ୍ରାଙ୍କ ଚାର୍ଜର ବିଷୟରେ କହିବାକୁ ଯାଉଛୁ । ଏହା ୟୁଏସବି ଚାର୍ଜର ପଏଣ୍ଟ ସହ ଆସିଥାଏ । ଏହା ସାହାଯ୍ୟରେ କୌଣସି ବି ହ୍ୟାଣ୍ଡସେଟ୍‌କୁ ଚାର୍ଜ କରିପାରିବେ । ହ୍ୟାଣ୍ଡ କ୍ରାଙ୍କ ଚାର୍ଜର ଏକ ରୋଟେଟିଂ ଷ୍ଟିକ୍ ସହ ଆସିଥାଏ ଯାହାକୁ ଘୁରାଇବା ପରେ ବିଦ୍ୟୁତଶକ୍ତି ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଆପଣ ମୋବାଇଲ ବ୍ୟାଟେରୀ ଚାର୍ଜ କରିପାରିବେ ।

ଏହା ଏକ ପୋର୍ଟେବଲ ଡିଭାଇସ୍ ଯାହାକୁ ସହଜରେ କ୍ୟାରି କରିପାରିବେ । ବସ୍‌, ଟ୍ରେନ୍‌, କମ୍ବା ଦୀର୍ଘ ଯାତ୍ରା ସମୟରେ ଏହାକୁ ଆପଣ ବ୍ୟବହାର କରିପାରିବେ । ଅନଲାଇନ୍ ପ୍ଲାଟଫର୍ମରେ ହ୍ୟାଣ୍ଡ କ୍ରାଙ୍କ ନାମରେ ବହୁ ଡିଭାଇସ୍ ଉପଲବ୍ଧ ଯାହା ଭିନ୍ନ ଭିନ୍ନ ଫିଚର ସହ ଉପଲବ୍ଧ ।

Get real time updates directly on you device, subscribe now.