fbpx

(Video) କ’ଣ କହୁଛି ମାଳିକା? ଓଡ଼ିଶାର ୬ଟି ଜିଲ୍ଲାରୁ ଆରମ୍ଭ ହେବ ଜଳପ୍ରଳୟ: ଧ୍ୱଂସ ପାଇଯିବ ସୁନ୍ଦର ସୃଷ୍ଟି

Advertisement

ଭୁବନେଶ୍ୱର: ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କ ଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ଏପରି ଏକ ସମୟ ଆସିବ , ସମଗ୍ର ଓଡ଼ିଶାର ଅବିଭକ୍ତ ୬ ଜିଲ୍ଲା ଜଳାର୍ଣ୍ଣବ ହେବ ବୋଲି ମାଳିକା ବଚନରେ କୁହାଯାଇଛି । ଏହାକୁ ମହାପୁରୁଷ ଅତ୍ୟୁତାନନ୍ଦ ଦାସ ତାଙ୍କ ଭବିଷ୍ୟ ଗ୍ରନ୍ଥରେ ଏସମ୍ପର୍କରେ ପ୍ରମାଣ ଦେଇଛନ୍ତି । ତାଙ୍କ କହିବା ମୁତାବକ, ‘ଏଭଳି ଏକ ସମୟ ଆସିବ, ଯେତେବେଳେ ସମଗ୍ର ଜଳପ୍ରଳୟ ଅବିଭକ୍ତ ୬ଟି ଜିଲ୍ଲାରୁ ସଂଗଠିତ ହେବ ।’

ସେହି ୬ଟି ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରଥମ ଜିଲ୍ଲା ହେଉଛି ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା । ଏହା ସହ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଜିଲ୍ଲାରେ ଜଳପ୍ରଳୟ ସଂଗଠିତ ହେବ ବୋଲି ମାଳିକା ବଚନରେ ଉଲ୍ଲେଖ କରିଛନ୍ତି ମହାପୁରୁଷ ଅତ୍ୟୁତାନନ୍ଦ ଦାସ । ଏହି ସମୟରେ ଯିବା ଆସିବାର ରାସ୍ତା ମଧ୍ୟ ନଥିବ । ତେବେ ଦେଖନ୍ତୁ ଏହି ଭିଡିଓ…

Get real time updates directly on you device, subscribe now.