fbpx

ଗୋଟିଏ ଟ୍ରାକକୁ କିପରି ଆସିଥାଏ ୨ ଟି ଟ୍ରେନ୍‌, କାହାର ଭୁଲ୍ ଯୋଗୁ ଏପରି ହୋଇଥାଏ

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନ୍ୟୁ ଜଳପାଇଗୁଡିରେ ଏକ ମାଲଗାଡି କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହିତ ବହୁ ଲୋକ ଗୁରୁତର ହୋଇଛନ୍ତି । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛରୁ ମାଲଗାଡି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଟ୍ରେନର ବଗି କେଇ ଫୁଟ ଉପରକୁ ଆକାଶକୁ ଉଠିଯାଇଥିଲା । ଗତ ବର୍ଷ ବାଲେଶ୍ୱରର ବାହାନଗାରେ ହୋଇଥିବା ଦୁର୍ଘଟଣା ପରି ଏଥର ବି ଗୋଟିଏ ଟ୍ରାକ୍‌ରେ ୨ ଟି ଗାଡି ଆସିବା ଫଳରେ ଏହି ଦୁର୍ଘଟଣା ହୋଇଛି ।

ଏବେ ପ୍ରଶ୍ନ ଉଠୁଛି କି କେଉଁ ତ୍ରୁଟି କାରଣରୁ ଏପରି ଘଟୁଛି । କେଉଁ କାରଣରୁ ୨ଟି ଟ୍ରେନ୍ ଗୋଟିଏ ଟ୍ରାକ୍ ଉପରକୁ ଆସିଯାଏ । ରେଲୱେର ଏହି ସିଷ୍ଟମ କିପରି କାର୍ଯ୍ୟ କରିଥାଏ ସେ ବିଷୟରେ ଆସନ୍ତୁ ଜାଣିବା ।

କାହିଁକି ହୋଇଥାଏ ଦୁର୍ଘଟଣା?ପ୍ରାୟ ସମୟରେ ସିଗନାଲ୍ ତ୍ରୁଟି କିମ୍ବା ଇଲେକ୍ରେ୍ଟାନିକ୍ ଇଣ୍ଟରଲିଙ୍କିଙ୍ଗ୍ ଚେଞ୍ଚରେ କୌଣସି ଭୁଲ୍ କାରଣରୁ ଗୋଟିଏ ଟ୍ରାକ୍‌କୁ ୨ ଟି ଟ୍ରେନ୍ ଆସି ଧକ୍କା ହୋଇଥାଏ । ରେଲୱେରେ ପ୍ରତି ଟ୍ରେନ୍ ଓ ଏହାର ରୁଟ୍‌ର ହିସାବ ଇଲେକ୍ଟ୍ରୋନିକ୍ ଇଣ୍ଟରଲିଙ୍କିଙ୍ଗ୍ ସିଷ୍ଟମ ଦ୍ୱାରା ସେଟ୍ ହୋଇଥାଏ । ଏହି କାରଣରୁ ପ୍ରତି ଟ୍ରେନ୍ ଅଲଗା ଟ୍ରାକ୍‌ରେ ରହିଥାନ୍ତି ଓ ଦୁର୍ଘଟଣାର କୌଣସି ସମ୍ଭାବନା ନ ଥାଏ ।
କିପରି କାମ କରିଥାଏ ଏହି ସିଷ୍ଟମ:
ବିବିସି ରିପୋର୍ଟ ଅନୁସାରେ ରେଲୱେ ଟ୍ରାକ୍‌ରେ ଇଲେକ୍ଟ୍ରିକାଲ୍ ସର୍କିଟ୍ ଇନଷ୍ଟଲ କରାଯାଇଥାଏ ଓ ଟ୍ରେନ୍ ଟ୍ରାକକୁ ଆସିବା ମାତ୍ରେ ଏହି ସର୍କିଟ୍ ଜରିଆରେ ଟ୍ରେନ୍ ଆସିବା ଜଣାପଡିଯାଏ । ଟ୍ରାକ୍ ସର୍କିଟ୍ ଏ ବିଷୟରେ ଆଗକୁ ଫରୱାର୍ଡ କରିଥାଏ ଓ ଏହି ଆଧାରରେ ଇଆଇସି କଣ୍ଟ୍ରୋଲ ସିଗନାଲ ଆଦିକୁ ନିୟନ୍ତ୍ରଣ କରିଥାଏ ।
ଏବେ କଣ୍ଟ୍ରୋଲ ରୁମ୍ ଜରିଆରେ ଟ୍ରେନର ରୁଟ୍ ସ୍ଥିର କରାଯାଉଛି । କିନ୍ତୁ ବହୁ ସମୟରେ ଟେକନିକାଲ କାରଣରୁ କିମ୍ବା ମାନବୀୟ ତ୍ରୁଟି କାରଣରୁ ଟ୍ରାକ୍ ପରିବର୍ତ୍ତନ ହୋଇପାରୁ ନାହିଁ ଓ ଟ୍ରେନ୍ ଧାର୍ଯ୍ୟ ରୁଟ୍‌ରୁ ଅନ୍ୟ ରୁଟ୍‌କୁ ଚାଲିଯାଉଛି । ଏହି କାରଣରୁ ଟ୍ରେନ୍ ସେହି ଟ୍ରାକ୍‌ରେ ଆସୁଥିବା ଅନ୍ୟ ଟ୍ରେନ୍ ସହ ଧକ୍କା ହେଉଛି ।
କିପରି ବଦଳିଥାଏ ଟ୍ରାକ୍‌?
ଦୁଇ ଟ୍ରାକ୍ ମଧ୍ୟରେ ଏକ ସ୍ୱିଚ୍ ରହିଥାଏ ଓ ଏହା ସାହାଯ୍ୟରେ ଦୁଇ ଟ୍ରାକ୍ ପରସ୍ପର ସହ ଯୋଡି ହୋଇଥାଆନ୍ତି । ଯେତେବେଳେ ଟ୍ରେନକୁ ଟ୍ରାକ୍ ବଦଳାଇବାକୁ ହୋଇଥାଏ ସେତେବେଳେ କଣ୍ଟ୍ରୋଲ ରୁମ୍‌ରେ ବସିଥିବା କର୍ମଚାରୀ କମାଣ୍ଡ ମିଳିବା ପରେ ଟ୍ରାକ୍‌ରେ ଲାଗିଥିବା ସ୍ୱିଚ୍ ଦ୍ୱାରା ଟ୍ରେନର ଗତିକୁ ବାମ କିମ୍ବା ଡାହାଣ ଆଡକୁ ମୋଡି ଥାଏ ଓ ଟ୍ରାକ ବଦଳିଯାଇଥାଏ ।

Get real time updates directly on you device, subscribe now.