fbpx
BJD SKY
BJD SKY

କଣ ଏହି Bulli Bai App ବିବାଦ? କାହିଁକି ଏହାକୁ ନେଇ କ୍ଷୁବ୍ଧ ଅଛନ୍ତି ମୁସଲିମ୍ ମହିଳା? ଜାଣନ୍ତୁ ବିସ୍ତୃତରେ

BJD

ନୂଆଦିଲ୍ଲୀ: ସୁଲ୍ଲୀ ଡିଲ୍ସ ପରେ ଏବେ ବୁଲ୍ଲୀ ବାଇ… ଏଭଳି ଏକ ଆପ୍ ଯାହାକୁ ସୋସିଆଲ୍ ମିଡିଆରେ ତୀବ୍ର ବିରୋଧ କରାଯାଉଛି । ଏହାକୁ ନେଇ ରାଜନୈତିକ ଝଡ଼ ଉଠିବାରେ ଲାଗିଲାଣି । ୟୁଜର୍ ମାନେ ହ୍ୟାସଟ୍ୟାଗ୍ ବୁଲ୍ଲି ବାଇ ଆପ୍ କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି । ମୁସଲିମ୍ ମହିଳାମାନଙ୍କୁ ଏହି ଆପ୍ ରେ ଅପମାନ କରାଯାଉଥିବା ମଧ୍ୟ କୁହାଯାଉଛି । ଏମିତିକି ଏହି ଆପ୍ ର ଯାଞ୍ଚ ପାଇଁ ଏବେ ମୁମ୍ବାଇ ପୋଲିସ୍ ତତ୍ପର ହୋଇଛି । ଏହିସବୁ ବିବାଦ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, କଣ ଏହି ସୁଲ୍ଲୀ ଡିଲ୍ସ ଓ ବୁଲ୍ଲି ବାଇ ? ତେବେ ଚାଲନ୍ତୁ ଜାଣିବା ବିସ୍ତୃତରେ…

Bulli Bai ଆପ୍ ମୁସଲିମ୍ ମହିଳାଙ୍କୁ ଖୁବ୍ ଅତିଷ୍ଠ କରିଦେଇଛି । ଆପ୍ ପ୍ରସ୍ତୁତକାରୀ ମାନେ ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଅବୈଧ ରୂପେ ମୁସଲିମ୍ ମହିଳାଙ୍କ ଫଟୋ ଏକାଠି କରି ସେଥିରେ ଆପତ୍ତିଜନକ କଣ୍ଟେଣ୍ଟ ଲେଖି ସେମାନଙ୍କ ଫଟୋକୁ ଟ୍ରୋଲ୍ କରିଥାନ୍ତି । ମହିଳାଙ୍କ ଫଟୋ ସବୁକୁ ଖରାପ ଅର୍ଥରେ ବ୍ୟବହାର କରାଯାଏ ଏହି ଆପ୍ ରେ । ତେବେ ଏହି ଆପ୍ ରେ ଅନେକ ମହିଳାଙ୍କ ଫଟୋ ରହିଥାଏ, ଯେଉଁଥିରେ ମହିଳାଙ୍କ ଫଟୋ ସହିତ ଲେଖାଯାଏ,”ୟୋର୍ ବୁଲ୍ଲୀ ବାଇ ଅଫ୍ ଦ ଡେ” । ଏହି ଫଟୋକୁ ସେୟାର୍ କରି ସେମାନଙ୍କୁ ନିଲାମ କରାଯାଉଛି ।

ସୁଲ୍ଲୀ ଡିଲ୍ସ କଣ?

ସୁଲ୍ଲୀ ମହିଳାଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ଏକ ଅପମାନଜନକ ଶବ୍ଦ । ୨୦୨୧ ଜୁଲାଇ ମାସ ୪ ତାରିଖରେ ଟୁଇଟର୍ ରେ ସୁଲ୍ଲୀ ଡିଲ୍ସ ନାମରେ ଅନେକ ସ୍କ୍ରିନସଟ୍ ଦେଖିବାକୁ ମିଳିଥିଲା । ଏଥିରେ ଏକ ଟ୍ୟାଗ୍ ଲଗାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା, “ସୁଲ୍ଲୀ ଡିଲ୍ସ ଅଫ୍ ଦ ଡେ” ଓ ଏହାକୁ ମୁସଲିମ୍ ମହିଳାଙ୍କ ଫଟୋ ସହିତ ସେୟାର୍ କରାଯାଇଥିଲା । ଖାସ୍ କଥା ଯେ, ଗିଟହବ୍ ର ଏକ ଅଜଣା ଗ୍ରୁପ୍ ଦ୍ୱାରା ଏହାକୁ ତିଆରି କରାଯାଉଛି । ଏହି କଥା ସେତେବେଳେ ସାମନାକୁ ଆସିଲା ଯେତେବେଳେ ଜଣେ ସାମ୍ବାଦିକାଙ୍କ ଫଟୋକୁ ଏହିପରି ଭାବରେ ଅବୈଧ ରୂପେ ବ୍ୟବହାର କରାଯାଇଥିଲା । ଅବୈଧ ତରିକାରେ ଟ୍ରୋଲ୍ କରାଯାଉଥିଲା । ଏ ଦିଗରେ ଉକ୍ତ ସାମ୍ବାଦିକା ଜଣକ ସ୍ୱର ଉତ୍ତୋଳନ କରିଥିଲେ ।

ତେବେ ଗିଟହବ୍ ଆପ୍ ରେ ହିଁ ବୁଲ୍ଲୀ ବାଇ ତିଆରି କରାଯାଇଛଉି । ଏହା ଏକ ହୋଷ୍ଟିଂ ପ୍ଲାଟଫର୍ମ ହୋଇଥିବା ବେଳେ ଏଥିରେ ଓପନ୍ ସାର୍ସ କୋର୍ଡର ଭଣ୍ଡାର ରହିଛି । ହେଲେ ଏହା ଦ୍ୱାରା ତିଆରି କରାଯାଉଥିବା ଆପ୍ ସବୁକୁ ନେଇ ଜୋରଦାର୍ ବିରୋଧ କରାଯାଉଛି ।

Get real time updates directly on you device, subscribe now.