fbpx

Appରେ ଅପଲୋଡ୍ କରାଗଲା ମୁସଲିମ୍ ମହିଳାଙ୍କ ଫଟୋ, ବିବାଦ ତେଜିବା ପରେ ମୁମ୍ବାଇ ପୋଲିସ୍ ଆରମ୍ଭ କଲା ଯାଞ୍ଚ

ମୁମ୍ବାଇ: ଶହ ଶହ ମୁସଲିମ ମହିଳାଙ୍କ ଫଟୋ ଆପ୍ ରେ ଅପଲୋଡ୍ କରିବା ମାମଲା ସାମନାକୁ ଆସିଛି । ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶନିବାର ଦିନ କହିଛନ୍ତି ଯେ, ହୋଷ୍ଟିଂ ପ୍ଲାଟଫର୍ମ ଗିଟହବ୍ ର ବ୍ୟବହାର କରିବାକୁ ଯାଇ ଅନେକ ମୁସଲିମ୍ ମହିଳାଙ୍କ ଫଟୋ ଆପ୍ ରେ ଅପଲୋଡ୍ କରାଯାଇଛି । ଏହି ମାମଲାକୁ ସେ ମୁମ୍ବାଇ ପୋଲିସ୍ ପାଖରେ ଉଠାଇଛନ୍ତି । ଏହାର ଯାଞ୍ଚ କରିବାକୁ ସେ କହିଛନ୍ତି ।

Khalistanis create 'Bulli Bai' app on GutHub targeting Muslim women

ମୁସଲିମ୍ ମହିଳାଙ୍କ ଫଟୋକୁ ଅପଲୋଡ୍ କରାଯିବା ପଛରେ ହାତ ଥିବା ଅଭିଯୁକ୍ତଙ୍କୁ ଖଉବ୍ ଶୀଘ୍ର ଗିରଫ କରାଯାଉ ବୋଲି ସେ କହିଛନ୍ତି । ଏହାପରେ ମୁମ୍ବାଇ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି । ତେବେ ପୁର୍ବରୁ ସୁଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମାନଙ୍କ ବିରୋଧରେ କଡ଼ା ତଦନ୍ତ କରିବାକୁ କହିଥିଲେ ଯେଉଁ ମାନେ ସୁଲ୍ଲିଡିଲ୍ସ ପ୍ଲାଟଫର୍ମ ଜରିଆରେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ହେଲେ ଲଜ୍ଜାଜନକ କଥା ହେଲଶ ଏହି ମାମଲାକୁ ନଜରଅନ୍ଦାଜ କରାଯାଉଛି ।

Get real time updates directly on you device, subscribe now.