fbpx

୮ ପରେ ମାଟ୍ରିକ ପିଲାଙ୍କୁ ଦିଆଯିବ ଟିକା, ପ୍ରଥମେ ଏକାଦଶ ଓ ଦ୍ୱାଦଶ ପିଲାଙ୍କ ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ମାସ ୮ ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ ତାରିଖରୁ ମାଟ୍ରିକ ସମେଟିଭ୍-୧ ପରୀକ୍ଷା ଆରମ୍ଭ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ୮ ତାରିଖରେ ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ଟିକା ନେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୧୫ରୁ ୧୮ ର୍ବେର ପିଲାଙ୍କୁ ଟିକାକରଣ ବାବଦରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ସେଥିରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତେବେ ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା । ପ୍ରଥମେ ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଟିକାକରଣ କରାଯିବ ବୋଲି ବୈଠକରେ କୁହାଯାଇଛି । ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ହେବାକୁ ଥିବାରୁ ପ୍ରଶାସନ ତତ୍ପର ରହିଛି । କିଶୋରଙ୍କ ପଞ୍ଜୀକରଣ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ଲକ୍ଷ ଲକ୍ଷ କିଶୋର ପଞ୍ଜୀକୃତ ହୋଇସାରିଛନ୍ତି ।

Get real time updates directly on you device, subscribe now.