ଭୁବନେଶ୍ୱର: ଖରାଦିନେ ତରଭୁଜ ଖାଇବାକୁ ପାଇଁ ବେଶ୍ ପସନ୍ଦ କରାଯାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ସେହି ଫଳ ମଧ୍ୟରୁ ଏକ ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ରହିଥାଏ । ତରଭୁଜ ଆମ ଶରୀରକୁ ହାଇଡ୍ରେଟ କରିବା ପାଇଁ ଉତ୍ତମ, କାରଣ ଏଥିରେ ଭିଟାମିନ ଏ, ସି ଏବଂ ପୋଟାସିୟମ, ଜିଙ୍କ୍, ଫ୍ୟାଟ ଏବଂ କ୍ୟାଲୋରୀ ରହିଥାଏ ।ତରଭୁଜ ରୁ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ମିଳିଥାଏ । ଏଥିପାଇଁ ଏହାକୁ ଚାଷ କରିବା ଚାଷୀଙ୍କ ପାଇଁ ଅନ୍ୟ ଫସଲ ଅପେକ୍ଷା ଅଧିକ ଲାଭଜନକ ହୋଇଥାଏ । ଏହାର ବଡ଼ ବିଶେଷତ୍ୱ ହେଉଛି ଏଥିରେ ଅନ୍ୟ ଫଳ ତୁଳନାରେ କମ ସମୟ, କମ ସାର ଏବଂ କମ ପାଣିର ଆବଶ୍ୟକତା ରହିଥାଏ । ଏଥିପାଇଁ ଏହାର ଚାଷ କରି ବେଶ୍ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ତରଭୁଜ ଚାଷ ବିଷୟରେ ଅଧିକ ।
ତରଭୁଜ ଚାଷ ପାଇଁ ଜଳବାୟୁ ଏବଂ ତାପମାତ୍ରା: ତରଭୁଜ ଚାଷ ପାଇଁ ଉଷ୍ଣକଟିବନ୍ଧୀୟ ଏବଂ ଉପୋଷ୍ଣକଟିବନ୍ଧୀୟ ଅଞ୍ଚଳ ଉପଯୁକ୍ତ ହୋଇଥାଏ । ଏହି ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ଆବଶ୍ୟକ ହୋଇଥାଏ । ତରଭୁଜ ଫସଲ ପାଇଁ ଶୁଷ୍କ ଜଳବାୟୁ ଏବଂ ଲମ୍ବା ଦିନ ଉପଯୁକ୍ତ ହୋଇଥାଏ । ଅତ୍ୟଧିକ ଆଦ୍ରତା ହାନିକାରକ ହୋଇଥାଏ । କାରଣ ଏହାଦ୍ୱାରା ଭୂତାଣୁ, ପୋକ ହେବାର ବିପଦ ରହିଛି । ସେହିଭଳି ତାପମାତ୍ରା କହିଲେ ୨୫ ରୁ ୩୦ଂ ମଧ୍ୟରେ ରହିବା ଆବଶ୍ୟକ ।
ମାଟି ପ୍ରସ୍ତୁତି: ତରଭୁଜ ଚାଷ ପାଇଁ ପଟୁ ମାଟି ବା ଖତ ମିଶା ମାଟି ଆବଶ୍ୟକ ହୋଇଥାଏ । ଏଥିପାଇଁ ମାଟିର ପିଏଚ ସ୍ତର ୬-୭ ମଧ୍ୟରେ ରହିବା ଆବଶ୍ୟକ । ତରଭୁଜ ମୁଖ୍ୟତଃ ନଦୀ କୂଳିଆ ଅଞ୍ଚଳରେ ଚାଷ କରାଯାଏ । ଏଥିପାଇଁ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ମଞ୍ଜି ବୁଣିବାକୁ ପଡ଼ିଥାଏ ।
ତରଭୁଜ ଚାଷ ପ୍ରକ୍ରିୟା: ତରଭୁଜ ଚାଷ ପାଇଁ ପ୍ରଥମେ ବିଲକୁ ଭଲ ଭାବରେ ହଳ କରିବାକୁ ପଡ଼େ । ଏହାପରେ ହଳ ହୋଇଥିବା ବିଲର ଗୋବର ଖତ ଭଲ ଭାବରେ ମିଶାଇବା ଦରକାର ।
- ତରଭୁଜର ଭଲ ଫସଲ ଉନ୍ନତ କିସମ ଏବଂ ମାଟିର ଉର୍ବରତା ଉପରେ ନିର୍ଭର କରେ ।
- ମଞ୍ଜି ବୁଣିବା ପାଇଁ ପ୍ରାୟ ୫ ରୁ ୩ ମିଟର ଦୂରତାରେ ୪୦ ରୁ ୫୦ ସେଣ୍ଟିମିଟର ଚଉଡ଼ା ବନ୍ଧ କରିବା ଦରକାର ।
- ଏହାପରେ ନାଳର ଉଭୟ ବନ୍ଧରେ ୬୦ ସେଣ୍ଟିମିିଟର ଦୂରରେ ୨ ରୁ ୩ ମଞ୍ଜି ବୁଣନ୍ତୁ।
- ମଞ୍ଜିରୁ ଚାରା ଆସିବା ପରେ ୧୦-୧୫ ଦି ମଧ୍ୟରେ ଗୋଟିଏରୁ ଦୁଇଟି ସୁସ୍ଥ ଚାରାକୁ ଛାଡ଼ି ବାକି ବାହାର କରିଦିଅନ୍ତୁ ।