fbpx

ଭରତପୁରରୁ ମିଳିଲା ମୁଣ୍ଡବିହୀନ ଗାଈଙ୍କ ଶବ: ଚାଲିଛି କି ବଡ ଷଡଯନ୍ତ୍ର?

ରାଜସ୍ଥାନ: ରାଜସ୍ଥାନ ଭରତପୁରର ପାହାଡି ଥାନା ଅଞ୍ଚଳରେ ୭ଟି ଗାଈଙ୍କ ଶବ ଉଦ୍ଧାର କରାଯାଇଛି । ନାଗଲ କ୍ରେଶର ଜୋନ ନିକଟ ଏକ ଶୂନଶାନ ସ୍ଥାନରେ ୭ଟି ଗାଈର ମୁଣ୍ଡ ନଥିବା ଶବ ମିଳିଛି । ଗାଈମାନଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପୋଷ୍ଟମର୍ଟମ ପରେ ଅନ୍ତିମ ସଂସ୍କାର କରିଛି ।

ତେବେ ଏହି ଘଟଣାରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ଏହା ଗୋରୁ ତସ୍କର କରିବା ମାମଲା ବୋଲି ଅନୁମାନ କରାଯାଉଛି । ତେବେ ଏହା ଦେଶର ମାହୋଲକୁ ଉତ୍ତେଜିତ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ମଧ୍ୟ ଆଶଙ୍କା ରହିଛି ।

ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଦରଜୀ କହ୍ନେୟାଲାଲ ହତ୍ୟାକାଣ୍ଡ ପରେ ବିବାଦୀୟ ବୟାନ ଦ୍ୱାରା ବାରମ୍ବାର ଏଭଳି ଚେଷ୍ଟା ଜାରି ରହିଛି । ତେବେ ପ୍ରଶାସନର ସତର୍କତା ଯୋଗୁଁ ଏଠାରେ ବଡ ଦଙ୍ଗା କରିବାରେ ସଫଳ ହୋଇ ପାରୁନାହିଁ । କୌଣସି ବି ବିବାଦୀୟ କାର୍ଯ୍ୟକ୍ରମ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ସ୍ଥାନୀୟ ପ୍ରଶାସନ ।

Get real time updates directly on you device, subscribe now.