fbpx

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦରମା କେତେ? ତାଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ, ଜାଣନ୍ତୁ…

Advertisement

ଓଡ଼ିଶା ଭାସ୍କର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି ଓଡ଼ିଶାର ଗର୍ବ ଆଉ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ପଦରେ ରହିଛନ୍ତି। ଏବଂ ଆଜିଠାରୁ ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ, ଜାଣିବା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ? ଆଉ ତାଙ୍କର ଦରମା କେତେ?

ଭାରତର ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ସୁବିଧା:

• ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ମାସକୁ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ ।
• ମାଗଣା ମେଡିକାଲ, ଆବାସ ଏବଂ ଚିକିତ୍ସାର ସୁବିଧା(ଆଜୀବନ) ସମେତ ଅନ୍ୟ ଭତ୍ତା ଦିଆଯାଇଥାଏ ।
• ଦେଶର ରାଷ୍ଟ୍ରପତି ଏବଂ ପତ୍ନୀ ପୃଥିବୀର କୌଣସି ବି ସ୍ଥାନକୁ ମାଗଣା ଯାତ୍ରା କରିପାରିବେ ।
• ରାଷ୍ଟ୍ରପତିଙ୍କ ନିକଟରେ ୫ ଜଣ ଲୋକଙ୍କ ସେକ୍ରେଟେରିୟଲ ଷ୍ଟାଫ ରହିଥାନ୍ତି । ଏହାବ୍ୟତୀତ ଅନ୍ୟ ୨୦୦ ଲୋକ ରାଷ୍ଟ୍ରପତି ଭବନର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଥାନ୍ତି ।
• ଛୁଟି କାଟିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ୨ଟି ସୁନ୍ଦର ହଲିଡେ’ ଟ୍ରୀଟ ରହିଥାଏ । ଏହାଦ୍ୱାରା ସେ ପରିବାର ସହିତ ହାଇଦ୍ରାବାଦରେ ରାଷ୍ଟ୍ରପତି ନିଲୟମ ଏବଂ ଶିମଲାର ରିଟ୍ରିଟ ବିଲଡିଙ୍ଗ ଯାଇପାରିବେ ।
• ଦେଶର ରାଷ୍ଟ୍ରପତିଙ୍କ କଷ୍ଟମାଇଜ୍ଡ ଗାଡି ପ୍ରଦାନ କରାଯାଇଥାଏ ।
• ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ପରିଷଦର ପରାମର୍ଶ କ୍ରମେ କୌଣସି ସମୟରେ ଯୁଦ୍ଧ ଘୋଷଣା କରିବା କ୍ଷମତାର ଅଧିକାରୀ ହୋଇଥାନ୍ତି ଦେଶର ରାଷ୍ଟ୍ରପତି ।
• ସମସ୍ତ ଆବଶ୍ୟକୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ନାମରେ ହିଁ କରାଯାଇଥାଏ ।
• ଭାରତର ରାଷ୍ଟ୍ରପତିଙ୍କ ଅଧିକାରିକ ବାସ ଭବନ ହୋଇଥାଏ ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରପତି ଭବନ । ଏହି ଭବନରେ ୩୪୦ ବଖରା ରହିଥାଏ ଏବଂ ଏହାର ଫ୍ଲୋର ୨ଲକ୍ଷ ବର୍ଗଫୁଟ ରହିଥାଏ ।

ମିଳେ ଏପରି ଅଧିକାର:

• ଅଫିସର ପାୱାର ଏବଂ କର୍ତ୍ତବ୍ୟର ପ୍ରୟୋଗ ଏବଂ ପ୍ରଦର୍ଶନ ପାଇଁ ସେ ନେଇଥିବା କୌଣସି ନିଷ୍ପତ୍ତି କିମ୍ବା କାର୍ୟ୍ୟ ପାଇଁ ସେ କୋର୍ଟ ନିକଟରେ ଉତ୍ତରଦାୟୀ ରହିବେ ନାହିଁ ।
• ତାଙ୍କ କାର୍ୟ୍ୟକାଳ ସମୟରେ କୌଣସି ବି ଅଦାଲତରେ ତାଙ୍କ ବିପକ୍ଷରେ କୌଣସି ଅପରାଧିକ କାର୍ୟ୍ୟକଳାପ କରାଯାଇପାରିବ ନାହିଁ ।
• ରାଷ୍ଟ୍ରପତି ପଦବୀରେ ରହିଥିବା ପର୍ୟ୍ୟନ୍ତ କୌଣସି ଅଦାଲତରେ ତାଙ୍କୁ ଗିରଫ କିମ୍ବା କାରାବାସର କୌଣସି ପ୍ରକ୍ରିୟା ଜାରି କରାଯାଇ ପାରିବ ନାହିଁ।

 

Get real time updates directly on you device, subscribe now.