fbpx

ରାଷ୍ଟ୍ରପତିଙ୍କ ଦରମା କେତେ? ମିଳିଥାଏ ଏହି ପ୍ରକାର ସୁବିଧା, ଜାଣନ୍ତୁ ଡିଟେଲ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବରେ ନିଜ ସମୟକାଳ ଶେଷ ହେବା ପରେ ପଦରୁ ଇସ୍ତଫା ଦେଇଛନ୍ତି ରାମନାଥ କୋବିନ୍ଦ । ତେଣୁ ଏବେ ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ଚାଳିଛି ନିର୍ବାଚନ । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଯଶୋବନ୍ତ ସିହ୍ନା । ତେବେ ପଦବୀରେ କିଏ ଅଳଙ୍କୃତ ହେବେ ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ରାଷ୍ଟ୍ରପତି ହେବା ପାଇଁ ଜଣେ ବ୍ୟକ୍ତିଙ୍କ ପାଖରେ କେଉଁ ପ୍ରକାର ଯୋଗ୍ୟତା ରହିବା ଆବଶ୍ୟକ ଆପଣ ଜାଣନ୍ତି କି? କ’ଣ ରହିଛି ଜଣେ ରାଷ୍ଟ୍ରପତିଙ୍କ ଦରମା? ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ବିଷୟରେ କିଛି ରୋଚକ ତଥ୍ୟ ।

ଭାରତର ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ସୁବିଧା:

• ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ମାସକୁ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ ।

• ମାଗଣା ମେଡିକାଲ, ଆବାସ ଏବଂ ଚିକିତ୍ସାର ସୁବିଧା(ଆଜୀବନ) ସମେତ ଅନ୍ୟ ଭତ୍ତା ଦିଆଯାଇଥାଏ ।

• ଦେଶର ରାଷ୍ଟ୍ରପତି ଏବଂ ପତ୍ନୀ ପୃଥିବୀର କୌଣସି ବି ସ୍ଥାନକୁ ମାଗଣା ଯାତ୍ରା କରିପାରିବେ ।

• ରାଷ୍ଟ୍ରପତିଙ୍କ ନିକଟରେ ୫ ଜଣ ଲୋକଙ୍କ ସେକ୍ରେଟେରିୟଲ ଷ୍ଟାଫ ରହିଥାନ୍ତି । ଏହାବ୍ୟତୀତ ଅନ୍ୟ ୨୦୦ ଲୋକ ରାଷ୍ଟ୍ରପତି ଭବନର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଥାନ୍ତି ।

• ଛୁଟି କାଟିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ୨ଟି ସୁନ୍ଦର ହଲିଡେ’ ଟ୍ରୀଟ ରହିଥାଏ । ଏହାଦ୍ୱାରା ସେ ପରିବାର ସହିତ ହାଇଦ୍ରାବାଦରେ ରାଷ୍ଟ୍ରପତି ନିଲୟମ ଏବଂ ଶିମଲାର ରିଟ୍ରିଟ ବିଲଡିଙ୍ଗ ଯାଇପାରିବେ ।

• ଦେଶର ରାଷ୍ଟ୍ରପତିଙ୍କ କଷ୍ଟମାଇଜ୍ଡ ଗାଡି ପ୍ରଦାନ କରାଯାଇଥାଏ ।

• ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ପରିଷଦର ପରାମର୍ଶ କ୍ରମେ କୌଣସି ସମୟରେ ଯୁଦ୍ଧ ଘୋଷଣା କରିବା କ୍ଷମତାର ଅଧିକାରୀ ହୋଇଥାନ୍ତି ଦେଶର ରାଷ୍ଟ୍ରପତି ।

• ସମସ୍ତ ଆବଶ୍ୟକୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ନାମରେ ହିଁ କରାଯାଇଥାଏ ।

• ଭାରତର ରାଷ୍ଟ୍ରପତିଙ୍କ ଅଧିକାରିକ ବାସ ଭବନ ହୋଇଥାଏ ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରପତି ଭବନ । ଏହି ଭବନରେ ୩୪୦ ବଖରା ରହିଥାଏ ଏବଂ ଏହାର ଫ୍ଲୋର ୨ଲକ୍ଷ ବର୍ଗଫୁଟ ରହିଥାଏ ।

ମିଳେ ଏପରି ଅଧିକାର:

• ଅଫିସର ପାୱାର ଏବଂ କର୍ତ୍ତବ୍ୟର ପ୍ରୟୋଗ ଏବଂ ପ୍ରଦର୍ଶନ ପାଇଁ ସେ ନେଇଥିବା କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ ପାଇଁ ସେ କୋର୍ଟ ନିକଟରେ ଉତ୍ତରଦାୟୀ ରହିବେ ନାହିଁ ।

• ତାଙ୍କ କାର୍ଯ୍ୟକାଳ ସମୟରେ କୌଣସି ବି ଅଦାଲତରେ ତାଙ୍କ ବିପକ୍ଷରେ କୌଣସି ଅପରାଧିକ କାର୍ଯ୍ୟକଳାପ କରାଯାଇପାରିବ ନାହିଁ ।

• ରାଷ୍ଟ୍ରପତି ପଦବୀରେ ରହିଥିବା ପର୍ଯ୍ୟନ୍ତ କୌଣସି ଅଦାଲତରେ ତାଙ୍କୁ ଗିରଫ କିମ୍ବା କାରାବାସର କୌଣସି ପ୍ରକ୍ରିୟା ଜାରି କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.