fbpx

ରେଲୱେ ଟିକେଟକୁ ନେଇ ହେଲା ଏହି ବଡ ପରିବର୍ତ୍ତନ: ଯାତ୍ରୀଙ୍କ ପାଇଁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ: ଟ୍ରେନରେ ଯିବାଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ରେଲୱେ ତରଫରୁ ଏକ ବଡ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଯାତ୍ରୀମାନଙ୍କର ଏକ ବଡ ସମସ୍ୟାର ସମାଧାନ କରିପାରିବ । ଟ୍ରେନ ଟିକେଟକୁ ନେଇ ବାରମ୍ବାର ହେଉଥିବା ଏହି ଅଭିଯୋଗକୁ ଦୂର କରିବା ପାଇଁ ଚେଷ୍ଟା କରିଛି ଭାରତୀୟ ରେଳ ବିଭାଗ ।

ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ନୂଆ ନିୟମ ଆଣିଛି ଇଣ୍ଡିଆନ ରେଲୱେ । ଏବେ ଯାତ୍ରୀମାନେ ଖୁବ ସହଜରେ ଅଳ୍ପ ସମୟ ମଧ୍ୟରେ ଟିକେଟ ରଦ୍ଦ କରିପାରିବେ । ରେଲୱେର ଆପ କିମ୍ବା ରେଲୱେର ୱେବସାଇଟକୁ ଯାଇ ନିଜ ଟିକେଟ ରଦ୍ଦ କରିପାରିବେ ଯାତ୍ରୀ । ଏବେ ରେଲୱେ ଇ-ମେଲରୁ ଟ୍ରେନ ଟିକେଟ କ୍ୟାନ୍ସଲ କରିବା ପାଇଁ ଏକ ବଡ ସୁବିଧା ଦେଉଅଛି । ଏ ନେଇ ଏକ ଟ୍ୱିଟ କରି ଏହାର ସମ୍ପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ରେଳ ବିଭାଗ ।

ଏଣିକି ରେଳ ଯାତ୍ରୀ ରେଲୱେକୁ ଇ-ମେଲ କରି ନିଜ ଟିକେଟ କ୍ୟାନ୍ସଲ କରିପାରିବେ ବୋଲି ଟ୍ୱିଟ କରି ସୂଚନା ଦେଇଛି ଇଣ୍ଡିଆନ ରେଲୱେ । ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତତ୍କାଳରେ ଏକ ଟିକେଟ ବୁକ କରିଥିବା ବେଳେ ଏହି ଟ୍ରେନ ବାତିଲ ହୋଇଯାଇଥିଲା । ତେଣୁ ଅନ୍ୟ ଉପାୟରେ ସେ ନିଜ ଲକ୍ଷ୍ୟସ୍ଥଳକୁ ଯାଇଥିଲେ । କିନ୍ତୁ ଟିକେଟ ରଦ୍ଦ କରିବା ପରେ ତାଙ୍କୁ ଏହାର ରିଫଣ୍ଡ ମିଳିଲା ନାହିଁ ବୋଲି ସେ ରେଲୱେକୁ ଟ୍ୱିଟ କରି ଅଭିଯୋଗ କରିଥିଲେ ।

ତେବେ ଏହାର ଉତ୍ତର ଦେଇଏକ ଟ୍ୱିଟ କରିଥିଲକ ରେଳ ବିଭାଗ । ଯଦି ଯାତ୍ରୀ ନିଜ ଟିକେଟ କ୍ୟାନ୍ସଲ କରି ପାରୁ ନାହାନ୍ତି, ତେବେ ଟିକେଟ ରଦ୍ଦ କରିବା ପାଇଁ ଯାତ୍ରୀଙ୍କୁ ଏକ ଉପାୟ ଦେଇଛି ରେଲୱେ । ନିଜ ରେଜିଷ୍ଟରଡ ମୋବାଇଲ ଆକାଉଣ୍ଟରୁୁ କୁ ଇ-ମେଲ କରି ମଧ୍ୟ ଟିକେଟ ରଦ୍ଦ କରିପାରିବେ ବୋଲି କହିଛି ଭାରତୀୟ ରେଳ ବିଭାଗ । ଏହାପରେ ଆଉ ଏକ ଟ୍ୱିଟ କରି କହିଛି ଯେ କାର୍ଯ୍ୟକ୍ଷମ କାରଣରୁ ରେଳବାଇ ଟ୍ରେନ ସ୍ଥିତି ଉପରେ ବାତିଲ କ୍ୟାନ୍ସଲେସନ ଫ୍ଲାଗ ଲଗାଇଥାଏ ।

ତେବେ ଟ୍ରେନ କୌଣସି ବି ସମୟରେ ପୁନରୁଦ୍ଧାର କରାଯାଇପାରିବ । ଚାର୍ଟିଙ୍ଗ ପରେ ହିଁ ଫାଇନାଲ ଷ୍ଟାଟସ ମିଳିଥାଏ । ତେଣୁ ଯାତ୍ରୀମାନଙ୍କୁ ଏହାର ଧ୍ୟାନ ରଖିବା ଉଚିତ । ନଚେତ ସେମାନଙ୍କୁ କ୍ୟାନ୍ସେଲେସନ ଚାର୍ଜ ଦେବାକୁ ପଡିପାରେ ।

Get real time updates directly on you device, subscribe now.