fbpx

(Video) ମାଟ୍ରିମୋନିଆଲ ସାଇଟର ସୁନ୍ଦରୀ ପ୍ରିୟା, ମ୍ୟାରେଜ୍ ବାହାନାରେ ଠକିନେଲା ୨୪ ଲକ୍ଷ, ଚାହିଁ ରହିଛି ମୁଁ ଭକୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ମନର ମଣିଷକୁ ଖୋଜୁ ଖୋଜି ଅନେକ ଯୁବପିଢ଼ୀ ବାଟବଣା ହୋଇଯାଇଥାନ୍ତି । ତେବେ ସାମାନ୍ୟ ଭୁଲ୍ ପାଇଁ ଅନେକ ଯୁବକ, ଯୁବତୀଙ୍କୁ ବଡ଼ ଆକାରର ମୂଲ୍ୟ ଦେବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ । ଯୁବକ ଜଣଙ୍କ ମାଟ୍ରିମୋନିଆଲ ସାଇଟରେ ସାଥୀ ଖୋଜୁ ଖୋଜୁ ବୋକା ବନି ଯାଇଛନ୍ତି ।

ଖବର ମୁତାବକ, ଜଟଣୀ ଅଞ୍ଚଳର ଜଣେ ଯୁବକଙ୍କର ମାଟ୍ରିମୋନିଆଲ ସାଇଟରେ ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ପ୍ରିୟା ଗୁପ୍ତା ନାମକ ଉକ୍ତ ଯୁବତୀ ଜଣଙ୍କ ନିଜକୁ ବାଲେଶ୍ୱର ଅଞ୍ଚଳର ଝିଅ ବୋଲି କହିବା ସହ କାଲିଫର୍ଣ୍ଣିଆରେ ସେ ଏମବିବିଏସ କରୁଥିବା କହିଥିଲେ । ଯୁବତୀ ଜଣଙ୍କ ଯୁବକଙ୍କ ମନରେ ଏମିତି ବିଶ୍ୱାସର ମଞ୍ଜି ବୁଣି ଦେଇଥିଲେ ଯେ ତାହା ଯୁବକଙ୍କର ହୃଦୟରେ କମ୍ ଦିନ ମଧ୍ୟରେ ସମ୍ପର୍କର ଏକ ବିଶାଳକାୟ ବୃକ୍ଷ ପାଲଟି ଯାଇଥିଲା ।

ତେବେ ବାହାରକୁ ସମ୍ପର୍କ ବୋଲି ଦେଖାଯାଉଥିଲେ ହେଁ ତାହା ଯେ ଏକ ବଡ଼ ବିଷ ବୃକ୍ଷ ଥିଲା ତାହା ଯୁବକ ଜଣଙ୍କ ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା । ଯୁବତୀ ଜଣଙ୍କ ଯୁବକଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଲୁଟି ଚାଲିଯାଇଥିଲେ । ଆଉ ବାଧ୍ୟ ହୋଇ କାନମୁଣ୍ଡା ଆଉଁଷି ଯୁବକ ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଯୁବତୀ ଜଣଙ୍କ ଆମେରିକାରେ ଡାକ୍ତର ଥିଲେ ବୋଲି କହିଥିଲେ । ଠକାମିର ଠିକାର ହୋଇଥିବା ଯୁବକ ଜଣଙ୍କ ଜଣେ ଆଇଟି ପ୍ରଫେସନାଲ । ତେବେ ଦିଲ୍ଲୀ ବିମାନ ବନ୍ଦରରେ ୭୦ ହଜାର ଟଙ୍କା ଫସି ଯାଇଛି ବାହାନା କରି ଯୁବତୀ ଜଣଙ୍କ ଯୁବକଙ୍କ ଠାରୁ ୩ଟି କିସ୍ତିରେ ମୋଟା ଅଙ୍କର ଅର୍ଥ ହଡ଼ପ କରି ନେଇଥିଲା । ଟଙ୍କା ହଡ଼ପ ପାଇଁ ଯୁବତୀ ଫାଇନ୍ ଫର ଏକ୍ସଚେଞ୍ଜ, ଆଣ୍ଟି ମନିଲଣ୍ଡରିଂ ଓ ଟ୍ୟାକ୍ସ ଆଳ ଦେଖାଇଥିଲେ । ମାତ୍ର ଯୁବତୀଙ୍କ ସମସ୍ତ କୂଟ ଚକ୍ରାନ୍ତରେ ଛନ୍ଦି ହୋଇଯାଇଥିଲେ ଯୁବକ ।

Get real time updates directly on you device, subscribe now.