fbpx
BJD SKY
BJD SKY

ରାଶି ହିସାବରେ କେଉଁ ଝିଅଙ୍କୁ ମିଳିବ କିପରି ଜୀବନସାଥୀ, ଜାଣନ୍ତୁ

BJD

ଭଲ ଜୀବନସାଥୀଟିଏ ପାଇବାକୁ ସବୁ ଝିଅଙ୍କର ଇଚ୍ଛା, ଯିଏ ସେମାନଙ୍କୁ ସମ୍ମାନ ଦେବା ସହ ସବୁଠାରୁ ଅଧିକ ଭଲ ପାଇବ । ଏଥିପାଇଁ ବୟସ ହୋଇଗଲେ ନିଜ ଝିଅ ପାଇଁ ଭଲ ବର ଟିଏ ବାଛିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି ବହୁ ମାତାପିତା । କିନ୍ତୁ କେତେକ ରାଶିର ଅନୁସାରେ ଝିଅଙ୍କ ପାଇଁ କିଭଳି ଜୀବନସାଥି ମିଳିଥାଏ, ତାହା ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା ହୋଇଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଅନୁସାରେ କିଭଳି ମିଳିବ ଜୀବନସାଥୀ..

– ମେଷ ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ପୁଅ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ ରହିଛି ।

– ବୃଷ ରାଶିର ଝିଅଙ୍କୁ ଅପେକ୍ଷାକୃତ କମ୍ ଶିକ୍ଷିତ ବ୍ୟକ୍ତି ପ୍ରାପ୍ତ ହୋଇଥାଏ । ଏମାନଙ୍କ ସ୍ୱାମୀଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ ।

– ମିଥୁନ ରାଶିର ଝିଅଙ୍କୁ ଅହଂକାରୀ ସ୍ୱଭାବର ବର ମିଳିଥାଏ । ଏମାନେ କଥା କଥା ରେ ରଗିଯାଇଥାନ୍ତି ।

– କର୍କଟ ରାଶିର ଝିଅଙ୍କୁ ତାଙ୍କ ସ୍ୱାମୀ ଅତ୍ୟନ୍ତ ସମ୍ମାନ ଦେଇଥାନ୍ତି । ଏହା ସହିତ ତାଙ୍କ ସବୁ ଇଚ୍ଛା ଅନୁସାରେ କାର୍ଯ୍ୟ ନକଲେ କ୍ରୋଧ ମଧ୍ୟ କରିଥାନ୍ତି ।

– ସିଂହ ରାଶିର ଝିଅଙ୍କୁ ସମ୍ମାନ ଦେଉଥିବା ସ୍ୱାମୀ ମିଲିଥାନ୍ତି । ଏହା ସହିତ ଏମାନଙ୍କ ସନ୍ତାନ ଜୀବନରେ ବହୁତ୍ ଆଗକୁ ବଢିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ବ୍ୟକ୍ତି ଙ୍କୁ ଚଞ୍ଚଳ ସ୍ୱଭାବ ର ବ୍ୟକ୍ତି ମିଳିଥାନ୍ତି । ଏମାନଙ୍କ ସ୍ୱାମୀ ଆକର୍ଷଣୀୟ ହୋଇଥାନ୍ତି । ତେଣୁ କେତେକ କ୍ଷେତ୍ର ରେ ଏମାନଙ୍କ ସ୍ୱାମୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ମଧ୍ୟ ରଖିଥାନ୍ତି ।

– ତୁଳା ରାଶିର ବ୍ୟକ୍ତିଙ୍କ ସ୍ୱାମୀ କଥା କଥାରେ ରଗିଯାନ୍ତି ।

– ବିଛା ରାଶିର ଝିଅଙ୍କ ସ୍ୱାମୀ ବହୁତ୍ ଭଲ କଥା କହିଥାନ୍ତି । ଏମାନଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଖୁସିରେ ବିତିଥାଏ ।

– ଧନୁ ରାଶିର ଝିଅମାନଙ୍କୁ ଅତି ଭାଗ୍ୟବାନ ସ୍ୱାମୀ ମିଳିଥାଏ । ଏହାସହିତ ଏମାନେ ନିଜ ସ୍ତ୍ରୀର ସମସ୍ତ କଥା ମାନିଥାନ୍ତି ।

– ମକର ରାଶିରେ ଝିଅଙ୍କୁ ମଧୁର ସ୍ୱଭାବର ପୁଅ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

– କୁମ୍ଭ ରାଶିର ଝିଅଙ୍କ ସ୍ୱାମୀ ନରମ ସ୍ୱଭାବର ହୋଇଥାନ୍ତି । ଏମାନେ ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ।

– ମୀନ ରାଶିର ଝିଅଙ୍କୁ ସୁନ୍ଦର ଓ ନରମ ସ୍ୱଭାବର ପୁଅ ମିଳିଥାନ୍ତି । ଏମାନଙ୍କର କେବେ ବି ଆର୍ଥୀକ ସମସ୍ୟା ଦେଖାଯାଇ ନଥାଏ ।

Get real time updates directly on you device, subscribe now.