fbpx

ଆଜି ମକର ସଂକ୍ରାନ୍ତିରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ; ନଚେତ୍ ଭୋଗିବାକୁ ହେବ ଅନେକ ସମସ୍ୟା, ପଡିବ ସୂର୍ଯ୍ୟଦେବଙ୍କ ପ୍ରକୋପ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଜଗନ୍ନାଥ ସଂସ୍କୁତି ଏବଂ ହିନ୍ଦୁ ଧର୍ମରେ ଏହି ଦିନର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଏହି ଗିନ ଗ୍ରହମାନଙ୍କ ରାଜା ସୂର୍ଯଦେବ ଉତ୍ତରାଣୟ ହୋଇ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହାପରେ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ । କିନ୍ତୁ ଏହି ମକରସଂକ୍ରାନ୍ତି ଦିନ ଏପରି ବି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଉଚିତ୍ ନୁହେଁ । ଯଦି କୌଣସି ବ୍ୟକ୍ତି ଆଜିର ଦିନରେ ସେହିସବୁ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ଉପରେ ସୂର୍ଯ୍ୟଙ୍କ କୋପ ଦୃଷ୍ଟି ମଧ୍ୟ ପଡିବା ସହ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ବର୍ତ୍ତମାନ ।ସନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କେଉଁ ସବୁକାମ କରିବା ଅନୁଚିତ୍

ଆଜିର ଦିନରେ ଅର୍ଥାତ୍ ମକର ସଂକ୍ରାନ୍ତିରେ କରନ୍ତୁ ନାହିଁ ଏହି କାମ:

ନିଜ କଥା ଉଫରେ ସଂଯମତା: ମକର ସଂକ୍ରାନ୍ତିକୁ ବହୁତ ଶୁଭ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଜଗତର ନାଥ ଜଗନ୍ନାଥ ମକର ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏଥିସହିତ ମହାପ୍ରଭୁଙ୍କ ନିକଟରେ ଆଜି ମକର ଚାଉଳ ଭୋଗ ମଧ୍ୟ ଲାଗିଥାଏ । ଣେୁ ଏହି ଦିନ ନିଜ ବାଣୀ ବା କଥା ଉପରେ ସଂଯମତା ରଖିବା ଉଚିତ୍ । ଏଥିସହିତ କାହାପ୍ରତି ଖରାପ ବ୍ୟବହାର କିମ୍ବା ଖରାପ ଶବ୍ଦ ବ୍ୟବହାର କରିବା ମଧ୍ୟ କିରିବା ଉତ୍ତମ କାମ ହୋଇ ନଥାଏ । ଏପରି କିରବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୋପ ଦୃଷ୍ଟି ପଡିବା ସହ ଜୀବନରେ ଅନେକ ସମସ୍ୟା ଦେଖାଦିଏ ।

ସ୍ନାନ ନ କରି ଭୋଜନ କରନ୍ତୁ ନାହିଁ: ମକର ସଂକ୍ରାନ୍ତି ଦିନ ସ୍ନାନ ନ କରି ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ ଅପମାନ ହୋଇଥାଏ । ଫଳରେ ସେ ତାଙ୍କର କୋପ ଦୃଷ୍ଟି ପକାଇଥାନ୍ତି । ତେଣୁ ଏହି ଦିନ ଅର୍ଥାତ ଆଜି ସ୍ନାନ ସାରି ପୂଜା କରନ୍ତୁ ଏହାପରେ କିଛି ଖାଦ୍ୟ ଗରିବା ଲୋକଙ୍କୁ ଦାନ କରିବା ପରେ ନିଦେ ଭୋଜନ କରନ୍ତୁ । ଏପରି କାରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଗଛକାଟନ୍ତୁ ନାହିଁ: ମକର ସଂକ୍ରାନ୍ତି ପ୍ରକୃତି ସହ ଜଡିତ ହୋଇଥାଏ । ତେଣୁ ଏହି ଦିନ ଘ୍ର ବାହାରେ କିମ୍ବା ଘରେ ଥିବା କୌଣସି ଘଛ ଲତାକୁ କାଟନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନରେ ଅନେକ ମସସ୍ୟା ଭୋଗିବାକୁ ପଡିଥାଏ ।

ତାମସିକ ଭୋଜନ କରନ୍ତୁ ନାହିଁ: ଶାସ୍ତ୍ର ଅନୁସାରେ ଆଜିର ଦିନରେ ଭୁଲରେ ବି ତାମସିକ ଭୋଜନ ଗ୍ରହଣ କରନ୍ତୁ ନାହିଁ । ଏହିଦିନ ଶୁଦ୍ଧ ଏବଂ ନିରାମିଶ ଏବଂ ବିନା ପିଆଜ ରସୁଣର ଖାଦ୍ୟ ସେବନ କରନ୍ତୁ । ଏଥିସହିତ ମସଲା ଜାତିୟ ଖାଦ୍ୟମଧ୍ୟ ଗ୍ରହଣ କରନ୍ତୁ ନାହିଁ ।

Get real time updates directly on you device, subscribe now.