fbpx

ପରୀକ୍ଷାରେ କପି କଲେ ଆଜୀବନ ଜେଲଦଣ୍ଡ! ଜବତ ହେବ ବେଆଇନ୍ ସମ୍ପତ୍ତି, ଲାଗୁହେବ କଠୋର ଆଇନ୍

ନୂଆଦିଲ୍ଲୀ: ପରୀକ୍ଷାରେ ପାସ୍ କରିବା ପାଇଁ ଅନେକ ପରୀକ୍ଷାର୍ଥୀ କପିର ଆଶ୍ରୟ ନେଇଥାନ୍ତି । ଏପରିକି ଅନେକ ସମୟରେ କପି କରୁଥିବା ସମୟରେ ଧରାପଡ଼ି ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହ ଫେଲ୍ ମଧ୍ୟ ହୋଇଥାନ୍ତି । ତେବେ ଏନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । କପିକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଦୋଷୀ ପରୀକ୍ଷାର୍ଥୀଙ୍କୁ ଆଜୀବନ ଜେଲଦଣ୍ଡ ହୋଇପାରେ ।

ସୂଚନା ମୁତାବକ, ଉତ୍ତରାଖଣ୍ଡରେ ଏବେ ନିଯୁକ୍ତି ପରୀକ୍ଷା ପେପର ଲିକକୁ ନେଇ ହଙ୍ଗାମା ଜାରି ରହିଛି । ତେଣୁ ଏହି କାରଣରୁ ରାଜ୍ୟ ସରକାର କପିକୁ ରୋକିବା ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଉତ୍ତରାଖଣ୍ଡ ସବଅର୍ଡିନେଟ ସର୍ଭିସ ସିଲେକ୍ସନ କମିସନ (ୟୁକେଏସଏସଏସସି) ପରେ ଷ୍ଟେଟ ପବ୍ଲିକ ସର୍ଭିସ କମିସନ ଦ୍ୱାରା ଆୟୋଜିତ ପଟୱାରୀ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ଆଲୋଚନା ହୋଇଥିଲା । ତେବେ ନିଯୁକ୍ତି କ୍ଷେତ୍ରରେ ଭ୍ରଷ୍ଟାଚାରକୁ ରୋକିବା ପାଇଁ ସରକାର ଖୁବଶୀଘ୍ର ଏକ କଠୋର ଆଣିବାକୁ ଯାଉଛନ୍ତି ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

ଏହି ଆଇନ ଲାଗୁ ହେଲେ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ସହିତ ସେ ଦୁର୍ନୀତି ଉପାୟରେ ଅର୍ଜିତ ସମ୍ପତ୍ତିକୁ ମଧ୍ୟ ଜବତ କରାଯିବ । ପ୍ରଶ୍ନପତ୍ର ଲିକ ହେବା କାରଣରୁ ଗତ ୮ ତାରିଖରେ ଅନୁଷ୍ଠିତ ହୋଇଥିବ ପଟୱାରୀ ଓ ଲେଖପାଳ ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ପ୍ରଶ୍ନପତ୍ର ଲିକ ମାମଲାରେ ଏସଟିଏଫ୍ ବର୍ତ୍ତମାନ ସୁଦ୍ଧା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ମୁଖ୍ୟ ସଚିବ କହିଛନ୍ତି । ସେହିପରି ଏହି କପି ବିରୋଧୀ ଆଇନ ଏତେ କଠୋର କରାଯିବ କି ଭବିଷ୍ୟତରେ କେହି ନିଯୁକ୍ତି ପ୍ରକ୍ରିୟାରେ ଭ୍ରଷ୍ଟାଚାର କରିବାକୁ ଭାବିବେ ନାହିଁ ବୋଲି ସିଏମ୍ ପୁଷ୍କର ସିଂହ ଧାମୀ କହିଛନ୍ତି ।

Get real time updates directly on you device, subscribe now.