fbpx
BJD
BJD SKY
BJD SKY

ବଡ ଖବର; ସମୟ ଭିତରେ ସବୁ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ କରି ନାହାନ୍ତି? ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ: ଆଜିଠୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ଏହି ନୋଟକୁ ଅବୈଧ ଘୋଷଣା କରାଯାଇ ନଥିବା ବେଳେ ଲୋକଙ୍କର ଏ ନେଇ ସନ୍ଦେହ ଲାଗି ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ ନହେଲେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଇଛି । ତେବେ ସମସ୍ତ ନୋଟ ଫେରସ୍ତ ହୋଇଗଲେ ,ହାକୁ ଅବୈଧ ଘୋଷଣା କରାଯାଇ ନ ପାରେ ।

ରିପୋର୍ଟ ଅନୁସାରେ, ରିଜର୍ଭ ବ୍ୟାଙ୍କ ଆଶାନୁଯାୟୀ ଯଦି ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରସ୍ତ ନ ଆସେ, ତେବେ ବଡ ପଦକ୍ଷେପ ନିଆ ଯାଇପାରେ । ଯେଉଁ ବ୍ୟକ୍ତିମାନଙ୍କ ପାଖରେ ଏହି ନୋଟ ଥିବ, ସେଗୁଡିକୁ ସୁରକ୍ଷିତ କରିବା ପାଇଁ ଆରବିଆଇ ନିୟମକୁ କଠୋର କରିପାରନ୍ତି । ତେବେ ବର୍ତ୍ତମାନ ଏହି ନୋଟକୁ ଅବୈଧ କରେନ୍ସି ଭାବରେ ରଖାଯାଇଛି । କାରଣ ବିଦେଶରେ ରହୁଥିବା ଭାରତୀୟ ତଥା ପ୍ରକୃତରେ କିଛି ସମସ୍ୟା ଯୋଗୁଁ ଟଙ୍କା ଜମା କରି ପାରୁନଥିବା ଲୋକ ମାନଙ୍କୁ କିଛି ସମୟ ମିଳିପାରିବ । ତେବେ ଗତ ସପ୍ତାହର ଶୁକ୍ରବାରରେ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ହୋଇଥିବା ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି । ଏହା ମାର୍କେଟରେ ଉପଲବ୍ଧ ୨୦୦୦ ଟଭ୍କିଆ ନୋଟର ପ୍ରାୟ ୧୦.୮ ପ୍ରତିଶତ ରେକର୍ଡ ହୋଇଛି । ସେହିପରି ୨୦୧୮ ମାର୍ଚ୍ଚ ୩୧ ତାରିଖରେ ୬.୭୩ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ସର୍କୁଲେସନ ହୋଇଥିଲା ।

ତେବେ ବ୍ୟାଙ୍କରେ ନୋଟ ଏକ୍ସଚେଞ୍ଜ ପାଇଁ ଅଯଥା ଭିଡ ନ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଧିରେ ଧିରେ ସମସ୍ତ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୧୦ଟି ୨୦୦୦ ଟଙ୍କିଆ ନୋଟ ପରିବର୍ତ୍ତନ କରିପାରିବେ । ଦିନକୁ ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ପରିବର୍ତ୍ତନ କରିବାକୁ ହେଲେ କୌଣସି ପରିଚୟ ପତ୍ର କିମ୍ବା ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ଆପଣଙ୍କ ନିକଟରେ ୪ ମାସର ସମୟ ରହିଛି ବୋଲି ଗର୍ଭର୍ଣ୍ଣ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.