fbpx
BJD SKY
BJD SKY

ଗୋଡାଇ ଗୋଡାଇ କାମୁଡୁଛି ପାଗଳ କୁକୁର: ୧୭ ଜଣଙ୍କୁ କଲାଣି ଘାଇଲା

BJD

କଣାସ: ପାଗଳ କୁକୁରକୁ ନେଇ ସାର ଅଞ୍ଚଳରେ ଖେଳି ଯାଇଛି ଆତଙ୍କର ମାହୋଲ । କଣାସ ଅଞ୍ଚଳରେ ମାତିଛି ଏକ ପାଗଳ କୁକୁର । ଲୋକଙ୍କୁ ଦେଖିବା ମାତ୍ରେଗୋଡାଇ ଗୋଡାଇ କାମୁଡିବାରେ ଲାଗିଛି । ଆଜି ଗୋଟିଏ ଦିନରେ ପ୍ରାୟ ୧୭ ଜଣ ଲୋକଙ୍କୁ କାମୁଡି ଲହୁଲୁହାଣ କରିସାରିଥିବା ସୂଚନା ମିଳିଛି । ଆହତଙ୍କ ଅବସ୍ଥା ସାଂଘାତିକ ଥିବା ବେଳେ ସମସ୍ତଙ୍କୁ କଣାସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଚୁପୁରିଙ୍ଗି ଅଞ୍ଚଳରେ ଗୋଡାଇ ଗୋଡାଇ ଲୋକଙ୍କୁ କାୁମଡି ଘାଇଲା କରିବାରେ ଲାଗିଛି ଏହି ପାଗଳ କୁକୁର । ଯାହାକୁ ନେଇ ସାରା ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇ ଯାଇଛି । ଲୋକେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରିଲେଣି । କେବଳ ଚୁପୁରିଙ୍ଗି ନୁହେଁ, ଏଠାରୁ ପାହିଲୁଣ୍ଡି ଆଡେ ମଧ୍ୟ କୁକୁରର ଆତଙ୍କ ଘାରି ସାରିଲାଣି । ପାଗଳ କୁକୁର ଏବଂ ଏହାର କାମୁଡା ଭୟ ଯୋଗୁଁ ଲୋକଙ୍କ ମନରେ ଗୋଟିଏ ଛନକା ପଶିଛି ।

Get real time updates directly on you device, subscribe now.