fbpx

ଉଡନ୍ତା ଫ୍ଲାଇଟରେ ମହିଳାଙ୍କ ଡେଲିଭରୀ: କ’ଣ ହେବ ପିଲାର ନାଗରିକତା?

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ବିମାନଯାତ୍ରା ସମୟରେ ପ୍ରସବ ହେଲେ ପିଲାର ନାଗରିକତା କ’ଣ ହେବ? ଏହି ପ୍ରଶ୍ନକୁ ନେଇ ଅନେକ ତର୍ଜମା ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଏବେ ହୁଏତ ଏହାର ଉତ୍ତର ମିଳିପାରିବ । କାରଣ ଏହି ପ୍ରଶ୍ନର ସମାନ ଘଟଣା ଏବେ ଦେଖିବାକୁ ମିଳିଛି ଉଡନ୍ତା ଫ୍ଲାଇଟରେ । ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା କରୁଥିବା ସମୟରେ ଉଡନ୍ତା ଫ୍ଲାଇଟରେ ହିଁ ଜଣେ ମହିଳା ପ୍ରସବ କରିଛନ୍ତି । ତେଣୁ ନବଜାତ ଶିଶୁ କେଉଁ ଦେଶର ନାଗରିକତା ପାଇବ ତାହାକୁ ନେଇ ପ୍ରଶ୍ନ ଉଠିଛି ।

୨୧ ବର୍ଷୀୟ କେଣ୍ଡ୍ରିୟା ରୋଡେନଙ୍କ ୩୨ ସପ୍ତାହର ଗର୍ଭବତୀ ଥିବା ଜାଣି ମଧ୍ୟ ଡାକ୍ତର ତାଙ୍କୁ ଫ୍ଲାଇଟରେ ଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ । କାରଣ ଡେଲିଭରୀର ଡ୍ୟୁ ଡେଟରେ ପ୍ରାୟ ଗୋଟିଏ ମାସ ରହିଥିଲା । ସେ ନିଜ ଭଉଣୀଙ୍କ ସହିତ ଆମେରିକାରୁ ଡୋମିନିକନ ରିପବ୍ଲିକ ଯାତ୍ରା କରୁଥିଲେ । ୩୬,୦୦୦ ଫୁଟର ଉଚ୍ଚତାରେ କେଣ୍ଡ୍ରିୟାଙ୍କୁ ଲେବର ପେନ୍ ଆରମ୍ଭ ହୋଇଥିଲା । ଏହାପରେ ସାଥୀ ପାସେଞ୍ଜର ଏବଂ ଏୟାରକ୍ରାଫ୍ଟ କ୍ରୁ ତାଙ୍କ ଡେଲିଭରୀ କରିବାରେ ସାହାଯ୍ୟ କରିଥିଲେ । ଏହାପରେ ମହିଳା ଜଣକ ସ୍କାଇଲେନଙ୍କୁ ଫ୍ଲାଇଟ ମଧ୍ୟରେ ହିଁ ଜନ୍ମ ଦେଇଛନ୍ତି । ତେବେ କେଣ୍ଡ୍ରିୟା ଡୋମିନିକନ ରିପବ୍ଲିକରେ ପହଞ୍ଚିବା ପରେ ଆମ୍ବେସୀକୁ ଯାଇ ପିଲାଟିର ନାଗରିକତା ଉପରେ ପ୍ରଶ୍ନ କରିଥିଲେ । ତେବେ ପିଲାଟି ଆମେରିକାର ନାଗରିକତ୍ୱ ପାଇବ ବୋଲି ଆମ୍ବେସୀ ସ୍ପଷ୍ଟ କରିଛନ୍ତି ।

କେଣ୍ଡ୍ରିୟାଙ୍କ ଭଉଣୀ କେଣ୍ଡଲୀ ରୋଡେନ ଏହାର ଏକ ଭିଡିଓ ସେୟାର କରିଛନ୍ତି । ତେବେ ବିମାନ ଭିତରେ ଭଉଣୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା କଥା ଜାଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ୪ ଜଣ ତାଙ୍କୁ ପ୍ଲେନର ପଛକୁ ନେଇଯାଇଥିଲେ । ତେବେ ୨୦ ମିନିଟ ପରେ ପ୍ଲେନରେ ଶିଶୁର ଜନ୍ମକୁ ନେଇ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.