fbpx

କ’ଣ ରହିବ ଭାରତର Playing-11: AFG ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେବେ Captain ରୋହିତ

ନୂଆଦିଲ୍ଲୀ: ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଏହି ସରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି ଦୀର୍ଘ ଦିନ ପରେ କମବ୍ୟାକ କରିବାକୁ ଯାଉଛନ୍ତି । ସେଥିପାଇଁ ଏହି ସିରିଜ କ୍ରିକେଟପ୍ରେମୀଙ୍କ ପାଇଁ ଖୁବ ସ୍ପେଶାଲ ହୋଇଯାଇଛି । ସିରିଜର ପ୍ରଥମ ମ୍ୟାଚ ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ତେବେ ଆଫଗାନିସ୍ତାନ ସିରିଜ ପାଇଁ ରୋହିତ ଏବଂ ବିରାଟଙ୍କ ବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବିସିସିଆଇ । ତେବେ ପ୍ରଥମ ମ୍ୟାଚରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ରୋହିତ?

ଏହି ସିରିଜ ପାଇଁ ରୋହିତଙ୍କ ବ୍ୟତୀତ ଆହୁରି ୨ ଜଣ ଷ୍ଟାର ଓପନର ଶୁଭମନ ଗିଲ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ଚୟନ କରାଯାଇଛି । ତେବେ ଗିଲ୍ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଯଶସ୍ୱୀ ଜଏସ୍ୱାଲଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । ଏହାସହିତ ଆଫଗାନିସ୍ତାନ ପାଇଁ ଉଭୟଙ୍କ ବାମ-ଡାହାଣ ଯୋଡ଼ି ମଧ୍ୟ ଭୟଙ୍କର ହୋଇପାରେ । ପାୱାରପ୍ଲେ ରେ ଉଭୟ ଓପନର ବଡ଼ ଶଟ୍ ଖେଳି ଅଧିକ ରନ୍ ସଂଗ୍ରହ କରିବାରେ ମାହିର । ଏହାପରେ ୩ ନମ୍ବର ପାଇଁ ବିରାଟ କୋହଲିଙ୍କ ଖେଳିବା ଏକପ୍ରକାର ସୁନିଶ୍ଚିତ । ତେବେ ୪ ନମ୍ବରରେ ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାରଙ୍କ ଅନୁପସ୍ଥିତିରେ ତିଲକ ବର୍ମାଙ୍କୁ ସୁଯୋଗ ମିଳିପାରେ । ତେବେ ଦଳରେ ୱିକେଟକିପର ଭାବରେ ସଞ୍ଜୁ ସାମସନ ରୋହିତଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି । ଏହି ମ୍ୟାଚରେ ସ୍ଥାନ ପାଇଁ ଜିତେଶ ଶର୍ମାଙ୍କ ଦମଦାର ପ୍ରଦର୍ଶନ ସାମସନଙ୍କୁ ଚାଲେଞ୍ଜ କରିପାରନ୍ତି ।

ଦଳରେ ଫିନିଶର ଭାବରେ ଷଷ୍ଠ ସ୍ଥାନରେ ରିଙ୍କୁ ସିଂ ଖେଳିବା ସୁନିଶ୍ଚିତ । ଅଲରାଉଣ୍ଡର ଭାବରେ ୭ ନମ୍ବରରେ ଅକ୍ସର ପଟେଲ ଭାରତକୁ ବ୍ୟାଟିଂ ଏବଂ ବୋଲିଂରେ ଶକ୍ତିଶାଳୀ କରାଇବେ । ଅକ୍ସରଙ୍କ ସହ ସ୍ପିନ ବିଭାଗରେ କୁଳଦୀପ ଯାଦବ ଏବଂ ରବି ବିଷ୍ଣୋଇଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେବେ ରୋହିତଙ୍କ ନେତୃତ୍ୱରେ କୁଳଦୀପଙ୍କ ଖେଳିବାର ଅଧିକ ସମ୍ଭାବନା ରହିଛି । ଶେଷରେ ମୁକେଶ କୁମାର ଏବଂ ଅର୍ଶଦୀପ ସିଂହ ଫାଷ୍ଟ ବୋଲିଂ ଡିପାର୍ଟମେଣ୍ଟର ମଙ୍ଗ ଧରିବେ । ତାଙ୍କ ସହିତ ଆବେଶ ଖାନଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି ଅଧିନାୟକ ରୋହିତ ଶର୍ମା ।

ଟିମ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ତିଲକ ବର୍ମା, ସଞ୍ଜୁ ସାସମନ,ସରିଙ୍କୁ ସିଂ, ଅକ୍ସର ପଟେଲ, କୁଳଦୀପ ଯାଦବ, ଆବେଶ ଖାନ୍, ମୁକେଶ କୁମାର, ଅର୍ଶଦୀପ ସିଂହ ।

Get real time updates directly on you device, subscribe now.