fbpx

(Video)”ଆପଣ ଛୁଆ ଜନ୍ମ କରିଚାଲନ୍ତୁ, ମୋଦି ଘର ଦେବେ…” କହିଲେ ବିଜେପି ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ ନୂତନ ଭାବରେ କ୍ଷମତା ସମ୍ଭାଳିଥିବା ଜନଜାତି ଏବଂ କ୍ଷେତ୍ରୀୟ ବିକାଶ ମନ୍ତ୍ରୀ ବାବୁଲାଲ ଖରାଡ଼େଙ୍କର ଏକ ବିବୃତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ- “ଆପଣ ଯେତେ ପାରୁଛନ୍ତି ସନ୍ତାନ ଜନ୍ମ କରନ୍ତୁ । ଆପଣଙ୍କୁ ଘର ମୋଦି ତିଆରି କରିଦେବେ ।” ତେବେ ଏକ ସଭାରେ ଯୋଗ ଦେବା ସମୟରେ ସେ ଏପରି ବିବୃତ୍ତି ରଖି ବେଶ ଚର୍ଚ୍ଚାରେ ଅଛନ୍ତି ।

ଉଦୟପୁର ସହରଠାରୁ ପ୍ରାୟ ୧୩ କିଲୋମିଟର ଦୂର ନାଇ ଗାଁରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ବାବୁଲାଲ ଖରାଡ଼େ ଏପରି ବିବୃତ୍ତି ଦେଇଛନ୍ତି । ସେଠାରେ ଆୟୋଜିତ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଲାଭାର୍ଥୀଙ୍କୁ ଏପରି ଭାଷଣ ଦେଇଥିଲେ । ତେବେ ତାଙ୍କର ଏପରି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଜନତା ହସି ହସି ତାଳି ବର୍ଷା କରି ମଜା ଉଡ଼ାଇବା ପରେ ସେଠାରେ ଉପସ୍ଥିତ ଥିବା ଜନପ୍ରତିନିଧି ୟାଡ଼େ-ସିଆଡ଼େ ଦେଖିବାକୁ ଲାଗିଥିଲେ ।

ଏହି ସମ୍ମିଳନୀରେ ବାବୁଲାଲ ଖରାଡ଼େଙ୍କ ସହିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଏବଂ ବିଜେପି ବିଧାୟକ ଫୁଲ ସିଂହ ମୀଣା ମଧ୍ୟ ଉପସ୍ଥିତ ଥିଲେ । ତେବେ ବାବୁଲାଲଙ୍କର ଏହି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.